(ସୋର) : ସୋସିଆଲ ମିଡିଆରେ ଶିକ୍ଷୟତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ଥାନାର ଦ୍ୱାରସ୍ଥ ହେଲେ ଶିକ୍ଷୟତ୍ରୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ତାଙ୍କ ସମ୍ପର୍କୀୟ ଯୁବକ ଏବଂ କିଛୀ ସ୍ଥାନୀୟ ଲୋକ ତାଙ୍କ ସହ ଦୁଷ୍କର୍ମ କରିବା ସହ ଅଶ୍ଲୀଳ ଭିଡିଓ କରିଥିଲେ । ପରେ ଆରମ୍ଭ କରିଥିଲେ ବ୍ଲାକ ମେଲିଂ । ପରେ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ୍ାହାକୁ ନେଇ ଶିକ୍ଷୟତ୍ରୀ ଜଣକ ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।