କାର୍ତ୍ତିକ ପୂର୍ଣ୍ଣିମାରେ ହରିହାଟ ଉତ୍ସବ

ବରୀ(ସତ୍ୟଜିତ) ଦୀର୍ଘ ୪୬ ବର୍ଷ ଧରି ଯାଜପୁର ଜିଲ୍ଲା ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ରେ ଧର୍ମ ମାସ କାର୍ତ୍ତିକ ମାସର ଶେଷ ତଥା ପୂର୍ଣ୍ଣମୀ ରୁଦିନରୁ ଆରମ୍ଭ ହୋଇଥାଏ ମହାପ୍ରଭୂ ଙ୍କ ହରିହାଟ ମେଳା। ଦଧୀ ବାମନ ଜିୟୁ ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ମେଳାରେ ବେଶ୍ ଚର୍ଚ୍ଚିତ ରୁହେ ମହାପ୍ରଭୁ ଙ୍କ ୧୦ ଅବତାର। ବିଭିନ୍ନ ଅବତାର ର ପୂଜା ପାଆନ୍ତି ବିଶ୍ଵ ନିଅନ୍ତା । ସ୍ବର୍ଗତ ଗୌରାଙ୍ଗ ଚନ୍ଦ୍ର ରାୟ ଙ୍କ ନେତୃତ୍ଵ ରେ ଆଜିକୁ ୪୬ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡିଛି। ଏଥିରେ ମହାପ୍ରଭୁ ଙ୍କ ୧୦ ଗୋଟି ଅବତାର ବହୁ ଆଡମ୍ୱରେ ପୂଜା ପାଆନ୍ତି ଏହା ସହ ହରିନାମ ସଙ୍କୀର୍ତ୍ତନ ରେ ଅଞ୍ଚଳ ରେ ଅଧାର୍ମିକ ପରିବେଶ ସୃଷ୍ଟି କରେ । ଏହି ମହୋତ୍ସବ ୧୭ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ ପ୍ରତିବର୍ଷ ମୁଖ୍ୟ ସ୍ଥାନ ରେ ମହାପ୍ରଭୁ ଅଲଗା ଅଲଗା ବେଶ ରେ ପୂଜା ପାଉଥିବା ବେଳେ ଚଳିତ ବର୍ଷ କଳ୍କୀ ଅବତାର ରୂପରେ ପ୍ରଭୁ ଙ୍କ ପ୍ରତିମୂର୍ତ୍ତି ଯଥାବିଧି ପୂଜା ପାଉଛନ୍ତି। ମହାପ୍ରଭୁ ପ୍ରଭୁଙ୍କ ପ୍ରତିମୂର୍ତ୍ତି ବେଶ୍ ଆକର୍ଷଣ ହୋଇଛି। ନଦୀ ନାଳ ଘେରା ଏହି ପଞ୍ଚାୟତ ରେ ମହାପ୍ରଭୁ ଙ୍କ ମହାନ ପୂଜା ବେଶ ଚର୍ଚ୍ଚା ରେ ରହି ଆସିଛି। ପ୍ରତିବର୍ଷ ମାନସିକ କରି ଭକ୍ତ ମାନେ ନିଜର ମାନସିକ ପୂରଣ ହେଉଥିବା ଗଣମାଧ୍ୟମ କୁ କହିଛନ୍ତି। ଏହି ମହୋତ୍ସବ ରେ ଉକ୍ତ ପଞ୍ଚାୟତ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଆନୋନ୍ଦିତ କରୁଥିବା ବେଳେ ପୂଜା କମିଟି ର ସଭାପତି ପ୍ରଦୀପ ସାମଲ ଏବଂ କମିଟି ର ସମସ୍ତ ସଭ୍ୟ ଗ୍ରାମବାସୀ ମାନେ ଏହି ମହୋତ୍ସବ ପାଇଁ ସହଯୋଗ ର ହାତ ବଢାନ୍ତି।