ଚାଷୀଙ୍କ ପାଈଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର

ଭୁବନେଶ୍ୱର : ଧାନ କିଣାରେ ଯୋଗାଣ ବିଭାଗ ପକ୍ଷରୁ ନିଆଯାଉଛି ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ । ଧାନ କିଣା ପାଇଁ ଟୋକନ ସିଷ୍ଟମକୁ ସରଳୀକରଣ ସହ ଦଲାଲ ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ଯୋଗାଣ ବିଭାଗ । ଚଳିତ ଥର ଆଧାର ଅଥଣ୍ଟିକେଟ ରେଜିଷ୍ଟ୍ରେସନ ସିଷ୍ଟମ ସହିତ ଇଣ୍ଟର ଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ କୁ ଯୋଡାଯାଇଛି । ଯାହା ଚାଷୀ ଙ୍କୁ ସାହାଯ୍ୟ କରିବ। ଯେଉଁ ଯୋଗ୍ୟ ଚାଷୀ ପଂଜିଖରଣ କରିଛନ୍ତି ତାଙ୍କୁ ନ୍ୟାୟ ଦେବା କାର୍ୟ୍ୟକ୍ରମ ଯୋଗାଣ ବିଭାଗର । ତେବେ ଗତବର୍ଷଠାରୁ ଚଳିତ ଥର ପାଞ୍ଚ ପ୍ରତିଶତ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ ୧୪ ଲକ୍ଷ୯୭ ହଜାର ଚାଷୀ ଙ୍କୁ ୧୪ ହଜାର ୪୪୪ କୋଟି ଟଙ୍କା ଧାନ କିଣା ବାବଦକୁ ୨୪ ଘଣ୍ଟା ଭିତରେ ଦିଆଯାଇଥିଲା। ଏବର୍ଷ ୧୫ଲକ୍ଷ୭୪ ହଜାର ଚାଷୀ ଯାହା ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଏହି ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ କରିବା ପାଇଁ ଆଇ ଭି ଆରଏସ ବ୍ୟବସ୍ଥା ର ପ୍ରଚଳନ କରାଯାଇଛି । ଆଗରୁ ୧୯୬୭ ଟୋଲ ଫ୍ରି ନମ୍ବର ରହିଥିଲା। ଏବେ ଏଥିରେ ଆଉ ତିନୋଟି ଚାପ୍ଟର ୫,୬,୭ କୁ ଯୋଡ଼ା ଯାଇଛି । ଯାହାର ସଲହାୟତାରେ ଚାଷୀମାନେ ତାଙ୍କ ପେମେଂଟ ର ଷ୍ଟାଟସ,ଟୋକନ ଷ୍ଟାଟସ, କେଉଁ ତାରିଖରେ ଧାନ ମଣ୍ଡିକୁ ଆଣିବ ସେ ବାବଦରେ ଜାଣି ପାରିବେ। ଫାଷ୍ଟ ଇନ ଫାଷ୍ଟ ଆଉଟ ସିଷ୍ଟମ ରେ ଧାନ କିଣିବା ଲକ୍ଷ୍ୟରେ ରାଜ୍ୟ ଯୋଗାଣ ବିଭାଗ ।
ପୂର୍ବରୁ ୧୯୬୭ କଲ ସେଣ୍ଟରରେ ପୁର୍ବୃରୁ ୧୦ ଜଣ ଥିବାବେଳେ ଏବେ ୩୦କୁ ବଢାଇଦିଆଯାଇଛି। ପୁର୍ବରୁ ୧୨୩୪ ବଟନରେ ଚାଷୀ କଲ କରି ସିଧାସଳଖ କଥାହେଉଥିଲେ। ଆଉ ତିନୋଟି ୫ ୬ ୭ ଯୋଡ଼ା ଯାଇଛି । ଚାଷୀ ଯେଉଁ ମୋବାଇଲ ନମ୍ବର ଦେଇ ପଂଜିଖରଣ କରିଥିବ ସେଇ ମୋବାଇଲ ରୁ କଲ କଲେ ଓ ୫ ନମ୍ବର ବଟନ ଦେଇ ଅପ୍ସନ ଦେଲେ ତାର କେତେ ପରିମାଣ ଜମି ପଂଜିକରଣ ହୋଇଛି ସେଇଟା ରେକର୍ଡ ଭ ଏସ ରେ ଶୁଣି ପାରିବେ। ୬ ନମ୍ବର ବଟନରେ ରେ ଚାଷୀ ଧାନ କେତେ ବିକିଲାଣି ଏବଂ କେତେ ଧାନ ଆଉ ବିକିବାକୁ ଅଛି ଜାଣିପାରିଵେ। ୭ ନମ୍ବର ବଟନ ଟିପିଲେ ରେ ଧାନ ବିକିବାର ପ୍ରାପ୍ର୍ୟ ମିଳିଛି ନା ନାହିଁ ଜାଣିପାରିଵେ। ୫ ପ୍ରତିଶତ ରୁ ଅଧିକ ଜମିକୁ ଫିଲ୍ଡ଼ ଭେରିଫିକେଶନ ହେଉଥିବା ବେଳେ ଏଥର ଶତ ପ୍ରତିଶତ ଜମିର ଭେରିଫିକେଶନ ହେଉଛି। ଏହି ଭେରିଫିକେଶନ ଦ୍ବାରା ବହୁ ଅଣଚାଷ ଜମି କୁ ଦଲାଲ ମାନଙ୍କ ଦ୍ବାରା ଚାଷଜମି ଦର୍ଶାଯାଇଥିବା ନଜରକୁ ଆସିଛି । ଏହି ଭେରିଫିକେସନ ମାଧ୍ୟମରେ ଦେଢ଼ ହଜାର କୋଟି ଟଙ୍କା ଟଙ୍କା ଦଲାଲ ନେବାର ବର୍ତି ଯାଇଛି । ପ୍ରଥମ ଥର ପାଇଁ ସାଟେଲାଇଟ ଇମେଜରେ ସର୍ଭେ ହୋଇଛି। ଯାହା ଓରସାକ ଏଜେନ୍ସି ଦ୍ବାରା ହୋଇଛି। ସେ ଚିହ୍ନଟ କରିପାରୁଛି ଧାନଚାଷ ନା ଆଉ କଣ। କେଉଁଠି ଜଳାଶୟ,ଜଙ୍ଗଲ, ମକାକ୍ଷେତକୁ ରେକର୍ଡ଼ କରାଯାଇଛି ତାହା ବର୍ତ୍ତମାନେ ସର୍ଭେଲାନ୍ସକୁ ଆସି ଯାଉଛି । ଏହି ସିଷ୍ଟମ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୬୮ ହଜାର ପ୍ଲଟ ଭେରିଫାଇ ହୋଇକି ବାଦ ପଡିଲାଣି। ଆଉ ଦୁଇରୁ ତିନିହଜାର ପ୍ଲଟ ବାଦ ପଡ଼ିବ। ଅପରପକ୍ଷରେ ଚାଷୀଙ୍କ ଟୋକନ ଲ୍ୟାପସ ନହେବା ପାଇଁ ଏଥର ଅବଧିକୁ ମାସେ ବଢାଯାଇଛି। ପ୍ରତି ସପ୍ତାହରେ ଚାଷୀ ଙ୍କ ପାଖକୁ ମେସେଜ ଯିବ ସେଥିରେ ତାରିଖ ଧାର୍ୟ୍ୟ ଥିବ ଧାନ ବିକ୍ରି ନେଇ। ବାରମ୍ବାର ଆଲର୍ଟ କରାଯିବ।