ପାକିସ୍ତାନକୁ ଭାରତ ଦେଲା ଆଉ ଏକ ଝଟକା

ଦ୍ୱାରକା: ପାକିସ୍ତାନକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଭାରତକୁ ଚାଲାଣ ହେଉଥିବା ବିପୁଳ ପରିମାଣର ହେରୋଇନ ଆଉ ଡ୍ରଗ୍ସ ଜବତ କରିଛି ଭାରତ । ଏଥି ସହିତ ୩ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ବୁଧବାର ଦିନ ଚଢଉ ସମୟରେ ୪୭ଟି ପ୍ୟାକେଟରୁ ମୋଟ ୪୫ କେଜିର ହେରୋଇନ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା । ସେହିପରି ମଙ୍ଗଳବାର ମଧ୍ୟ ୧୧.୪୮୩ କେଜିର ହେରୋଇନ ଏବଂ ୧୯ଟି ପ୍ୟାକେଟରୁ ୬.୧୬୮ କିଲୋଗ୍ରାମର ଏକ ଡ୍ରଗ୍ସ ଜବତ ହୋଇଥିଲା ।
ମୁମ୍ବ୍ରା ଅଞ୍ଚଳର ସଜଜାଦ ଘୋଷି ନାମକ ଜଣେ ପରିବା ବିକ୍ରେତା କିଛି ଦିନ ପୂର୍ବରୁ ଖମ୍ବଲିଆକୁ ଡ୍ରଗ୍ସ ଡେଲିଭରି ନେବା ପାଇଁ ଆସିଥିବା ପୋଲିସ ଆଗରେ ପ୍ରକାଶ କରିଛି । ତେବେ ପୋଲିସ ଏହାପରେ ଚଢାଉ କରିଥିବା ବେଳେ ସନ୍ଦିଗ୍ଧ ସାମଗ୍ରୀ ଥିବା ମୋଟ ୪୭ଟି ପ୍ୟାକେଟ ଜବତ କରିଥିଲା । ସମୁଦ୍ର ରାସ୍ତା ଦେଇ ଏହି ସମସ୍ତ ଡ୍ରଗ୍ସ ପାକିସ୍ତାନରୁ ଗୁଜୁରାଟ ଅଣାଯାଇଥିବା ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।