ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ମମତା ମେହେର ଙ୍କ ହତ୍ୟା ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଭୁଲିଆ ଓ ମେହେର ମାନେ ସହର ପରିକ୍ରମା କରି ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମମତା ମେହେର ଙ୍କ ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ପ୍ରକୃତ ଦୋଷୀକୁ ଦଣ୍ଡଦେବା ପାଇଁ ଦାବି କରିଛନ୍ତି । ଗାୟତ୍ରୀ ପାଣିଗ୍ରାହୀ ଙ୍କ ନେତୄତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଭୁଲିଆ ସମାଜ ତରଫରୁ ଶିକ୍ଷୟତ୍ରୀ ମମିତା ମେହେର ଙ୍କର ହତ୍ୟା କାରି ଗୋବିନ୍ଦ ସାହୁ କୁ ଫାଶୀ ଦଣ୍ଡ, ଓ ନିରଞ୍ଜନ ପୂଜାରୀ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କର ଇସ୍ତଫା ଦାବି କରିଥିଲେ । ଏଥିସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।