ସୋନପୁରରୁ ବିପୁଳ ପରିମାଣରେ ବିଦେଶି ମଦ ଜବତ,୨ ଗିରଫ

ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁରରୁ ବିପୁଳ ପରିମାଣରେ ବିଦେଶି ମଦ ଜବତ । ଗାନ୍ଧୀ ଷ୍ଟାଡ଼ିୟମ ନିକଟରୁ ଏହି ମଦ ଜବତ ହୋଇଛି । ଏନେଇ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ବିହାରର ଝାବୁ ରାମ ସାହୁ ଏବଂ ଛତିଶଗଡ଼ର ପପୁ କୁମାର ବୋଲି ଜଣାପଡ଼ିଛି । ପୁଲିସର ପାଟ୍ରୋଲିଂ ସମୟେରେ ଷ୍ଟାଡ଼ିୟମ ନିକଟରେ ସନ୍ଦେହ ଜନକ ଭାବେ ଏହି ଦୁଇ ବ୍ୟକ୍ତି ବୁଲୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ପରେ ସେମାନଙ୍କୁ ପୁଲିସ ଅଟକାଇ ଯାଞ୍ଚ କରିବାରୁ ୯୨ ବୋତଲ ବିଦେଶ ମଦ ମିଳିଥିଲା।