ପୂଜା ପରେ ବୃଦ୍ଧି ପାଇଲା ସଂକ୍ରମଣ

ପାର୍ବଣ ଋତୁ ପରେ କୋଭିଡ୍‌ ଗ୍ରାଫ୍‌ ଉପର ମୁହାଁ ହୋଇଛି କରୋନା ମିଟର ।

(କୋଲକତା) : ପାର୍ବଣ ଋତୁ ପରେ କୋଭିଡ୍‌ ଗ୍ରାଫ୍‌ ଉପର ମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଣ୍ଟାରେ ୯୮୯ ଜଣ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ , ରବିବାରଠାରୁ ରାତି ୧୦ଟା ପରେ ରେସ୍ତଁରା ଖୋଲାରହିବ ନାହିଁ । ୫୦ ପ୍ରତିଶତ ଲୋକଙ୍କୁ ନେଇ ରେସ୍ତଁରା, ପାନଶାଳା ଖୋଲିବାକୁ ପୁଣି ଗୁରୁତ୍ୱ ଦିଆଯାଇଛି । ଏଥିସହିତ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ରାତି ୧୧ଟା ପରେ କୋଲକାତାର ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ ହୋଇଛି । କୋଲକାତା ବ୍ୟତିତ ରାଜ୍ୟର ଅନ୍ୟ ସହରରେ ମଧ୍ୟ କଟକଣାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।