ସଦଗୁରୁ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର ହେଲା ଫଳପ୍ରଦ

ଜଗତପୁର ସ୍ଥିତ ସଦଗୁରୁ ହସ୍ପିଟାଲ ରେ ବି ଏସ କେ ୱାୟି ଯୋଜନାରେ ମିଳିଛି ଏକ ନୂଆ ଜୀବନ ।

(କଟକ/ ଜଗନ୍ନାଥ ମହାନ୍ତି) : ଜଗତପୁର ସ୍ଥିତ ସଦଗୁରୁ ହସ୍ପିଟାଲ ରେ ବି ଏସ କେ ୱାୟି ଯୋଜନାରେ ମିଳିଛି ଏକ ନୂଆ ଜୀବନ । ଦୀର୍ଘ ମାସର ଧରି ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳ ର ୫୩ ବର୍ଷୀୟ ମହିଳା । ଛାତି ଭିତରେ ଓ ଫୁସଫୁସ ତଳେ ରହିଥିବା ପ୍ରାୟ ୨ କିଲୋରୁ ଉର୍ଦ୍ଧର ଟ୍ୟୁମର ର ଜଟିଳ ଅସ୍ତ୍ରୋପଚାର କରାଯାଇ ଆଉ ଏକ ସଫଳତା ଯୋଡ଼ି ହୋଇଛି ସଦଗୁରୁ ହସ୍ପିଟାଲ। ସେପଟେ ବ୍ୟୟ ବହୁଳ ଚିକିତ୍ସା ସମ୍ପୃନ ମାଗଣା ରେ କରାଯାଇଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପଟେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ରେ ଥିବା ହିତାଧିକାରୀ ଙ୍କୁ ହୂଦରୋଗ ଅସ୍ତ୍ରପୋଚାର ସମ୍ପୃନ ମାଗଣା ଯୋଗାଉଛି ସଦଗୁରୁ ହସ୍ପିଟାଲ ।

ସୂଚନାନୁଯାୟୀ , କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ର ୫୩ ବର୍ଷୀୟ ମହିଳା ଗତ ୮ ମାସ ହେବ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରେ ଯନ୍ତ୍ରଣା ବୃଦ୍ଧି ପାଇଁ ପିଠି ଯାଏଁ ବ୍ୟାପି ଥିଲା । ଏହାପରେ ଚିକିତ୍ସା ପାଇଁ ସଦଗୁରୁ ହସ୍ପିଟାଲ ର ଦ୍ବାରସ୍ଥ ହୋଇଥିଲେ ମହିଳା ଙ୍କ ପାରିବାର। ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ବିଶେଷଜ୍ଞ ଡାକ୍ଟର ସମିତା ମହାନ୍ତି ଚିକିତ୍ସା ପକ୍ରିୟା ଆରମ୍ଭ କରିବା ପରେ ସି ଟି ସ୍କାନ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ରିପୋର୍ଟ ଆସିବା ପରେ ଟ୍ୟୁମର ବାବଦରେ ଅବଗତ ହେବା ପରେ ହୂଦରୋଗ ବିଶେଷଜ୍ଞ ଡାକ୍ଟର ଦେବାଶୀଷ ନାୟକଙ୍କ ନେତୃତ୍ୱରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ୨ଘଣ୍ଟା ୩୦ ମିନଟ ସମୟ ଧରି ଡାକ୍ଟର ଟିମ ଓ ସଦଗୁରୁ ହସ୍ପିଟାଲର ନର୍ସ ଓ ଅନ୍ୟାନ କର୍ମଚାରୀ ଜଟିଳ ଅସ୍ତ୍ରୋପଚାର କରିବା ପରେ ସୁଫଳ ମିଲିଥିଲା । ଏହା ପୂର୍ବରୁ ଅନେକ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ପରେ ମହିଳା ଙ୍କ ଶରୀର ରୁ ଅଢେଇ କିଲୋ (୨ କିଲୋ ୫ ସହ) ଟ୍ୟୁମର ବାହାର କରଯାଇଛି । ଏଥିସହ ଆଉ କିଛି ଦିନ ଧରି ମହିଲାଙ୍କୁ ଅବଜରଭେସନରେ ରଖାଯିବ । ଏହାପରେ ସେ ସଂମ୍ପୃର୍ଣ୍ଣ ସୁସ୍ଥ ହେବା ପରେ ସ୍ୱାଭାବିକ ଜୀବନ ବିତାଇପାରିବେ ବୋଲି କହିଛନ୍ତି ଡାକ୍ଟର ଦେବାଶୀଷ ନାୟକ । ସେପଟେ ପରିବାର ଲୋକେ ମଧ୍ୟ ଦୀର୍ଘ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସଫଳ ଅସ୍ତ୍ରୋପଚାର ପରେ ଆସ୍ୱସ୍ଥି ହୋଇଛନ୍ତି । ଏଥିସହ ସଦଗୁରୁ ହସ୍ପିଟାଲ ଓ ଡାକ୍ଟର ଦେବାଶୀଷ ନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।