ଭୁବନେଶ୍ୱର: କିଛି ଦିନ ହେବ ୱେବ ମିଡିଆ ଏବଂ ୱେବ ସାମ୍ବାଦିକଙ୍କ ଉପରେ ରହିଛି ପୋଲିସର ତୀକ୍ଷ୍ଣ ନଜର । ଗୋଟିଏ ପରେ ଗୋଟିଏ ନକଲି ତଥା ସ୍ୱାର୍ଥବାଦୀ ସାମ୍ବାଦିକଙ୍କୁ ପୋଲିସ ଗିରଫ କରୁଛି । ଆଜି ମଧ୍ୟ ପୋଲିସ ଜାଲରେ ଫସିଛନ୍ତି ଗୋଟିଏ ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକ । ବିଭିନ୍ନ ପ୍ରକାରରେ ଲୋକମାନଙ୍କୁ ଟଙ୍କା ମାଗିବା ସହ ଟଙ୍କା ନଦେଲେ ମିଥ୍ୟା ଖବର କରିବାକୁ ଧମକ ଦେଉଥିଲେ ଏହି ସାମ୍ବାଦିକ । ତେବେ ଏ ନେଇ ଅଭିଯୋଗ ପରେ ସେହି ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ପୋଲିସ ଏମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ ।