ଗୋପ(ଜୟନ୍ତ କୁମାର ସେଠୀ): ଆଜି ପୁରୀ ଜିଲ୍ଲା ଏସ.ପି. ଡକ୍ଟର କେ. ବିଶାଲ ସିଂ ଏବଂ ଆଇ. ପି. ଏସ. ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଏସ.ଡି.ପି. ଓ., ଡେଲାଙ୍ଗ ତହସିଲଦାର, ବି.ଡି.ଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏସ. ପି. ବିଶାଲ ସିଂ ଡେଲାଙ୍ଗ ଥାନା ଅଞ୍ଚଳରେ ଥିବା ମୋଟ ୧୨୯ରୁ ୪୫ ଟି ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ଡେଲାଙ୍ଗ ଥାନା ଅଞ୍ଚଳକୁ ଜଣେ ଅତିରିକ୍ତ ଏସ୍. ପିଙ୍କ ତତ୍ତ୍ଵାବଧାନରେ ୧୨ ଟି ପେଟ୍ରୋଲିଙ୍ଗ ପାର୍ଟି, ୨ ଜଣ ଡି. ଏସ. ପି ଏବଂ ୫ ଜଣ ଇନ୍ସପେକ୍ଟର ସହ ୪ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି । ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ନାକା ପଏଣ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଉଛି । ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ନିମନ୍ତେ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।