ପାଣି ସ୍ରୋତରେ ଭାସୁଥିବା ମହିଳା ଉଦ୍ଧାର

ବେଗୁନିଆ ପଞ୍ଚାୟତ ସଂଶାପାଳ ଅଞ୍ଚଳରେ ଜଣେ ମହିଳା ପାଣି ସ୍ରୋତରେ ଭାସିଯାଉଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ଯୁବକ।

(ବେଗୁନିଆ) : ବେଗୁନିଆ ପଞ୍ଚାୟତ ସଂଶାପାଳ ଅଞ୍ଚଳରେ ଜଣେ ମହିଳା ପାଣି ସ୍ରୋତରେ ଭାସିଯାଉଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ଯୁବକ। ରେମୁଣା ବ୍ଲକ ତେନ୍ତୁଳଦା ଗ୍ରାମର ସମ୍ବାରି ସିଂ ମିତ୍ରପୁର ଅଞ୍ଚଳରୁ କାମ ସାରି ଘରକୁ ଫେରୁଥିବା ବେଳେ ପାଣି ସ୍ରୋତରେ ଭାସି ଏକ ଗଛରେ ଲାଗି ରହିଥିଲେ। ବହୁ କଷ୍ଟରେ ସେହି ଅଞ୍ଚଳର କିଛି ଯୁବକ ମୋଟର ଟିଉବ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି

ଛନ୍ତି।

ସୂଚନାନୁଯାୟୀ , ସ୍ଵର୍ଣ୍ଣଚୁଡ ପାହାଡ଼ ପାଣି ଆସି ମହିସାପଟ୍ଟା ପଞ୍ଚାୟତ ଅଧିନ ଡମ୍ବରୁଘାଟି ଅଞ୍ଚଳରେ ଜାମଝର ବନ୍ଧ ଭାଙ୍ଗିଯାଇଛି। ଫଳରେ ବନ୍ଧ ତଳେ ଥିବା ଗୁନୁରି ସିଂ, ସୁନିମଣି ସିଂ, ପିତାମ୍ବର ସିଂଙ୍କ ଚାଳଘର ଭୁଶୁଡି ପଡିବା ସହ ଆସବା ପତ୍ର, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଧୋଇ ହୋଇଯାଇଛି। ଧାନ ଚାଉଳ ମାଟିରେ ପୋତି ହୋଇଯାଇଥିବା ବେଳେ ଜୀବନ ବିକଳରେ ପରିବାର ଲୋକେ ଘରୁ ବାହାରି ରାସ୍ତା ଉପରେ ମୁଣ୍ଡ ଗୁଞ୍ଜିଛନ୍ତି। ଦୁର୍ବଳ ନଦୀବନ୍ଧ ପାଇଁ ଏଭଳି ସମସ୍ୟା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି। ସରକାରୀ ସ୍ତରରେ ଖାଦ୍ୟ ସାମଗ୍ରୀ ଓ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।