ପ୍ରବଳ ବର୍ଷାରେ ଭାସୁଛି ନନ୍ଦନକାନନ ,ପର୍ଯ୍ୟଟକଙ୍କୁ ମନା
ବଙ୍ଗୋପସାଗର ପ୍ରଭାବରେ ଲଗାଣ ବର୍ଷା ହେଉଛି ଫଳରେ ନନ୍ଦନକାନନର ଘାଇଲା ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ।
(ଭୁବନେଶ୍ୱର) : ବଙ୍ଗୋପସାଗର ପ୍ରଭାବରେ ଲଗାଣ ବର୍ଷା ହେଉଛି ଫଳରେ ନନ୍ଦନକାନନର ଘାଇଲା ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ। ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟରେ ଥିବା କାଞ୍ଜିଆ ହ୍ରଦର ଜଳସ୍ତର ବୃଦ୍ଧି ପାଇବାରରେ ଲାଗିଛି । ଫଳରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମୁଖ୍ୟରାସ୍ତା ଠାରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷାଯୋଗୁ ଆଜି ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।
ସୂଚନାନୁଯାୟୀ , ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂ ସେବା ବନ୍ଦ କରାଯାଇଛି। ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିଭିନ୍ନ ଖୁଆଡ଼ରେ ପାଣି ପଣିଯାଇଥିବା ବେଳେ ଜୀବଜନ୍ତୁ ମାନେ ସୁରକ୍ଷିତ ଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। କାଞ୍ଜିଆ ହ୍ରଦର ଜଳସ୍ତର ବୃଦ୍ଧି ପାଇଥିବାରୁ ପ୍ରାଣୀ ଉଦ୍ୟାନର ବିହଙ୍ଗ ସାରଣୀ, ଏମୁ ପକ୍ଷୀ ଖୁଆଡ, ଧଳା ହରିଣ, ସମ୍ବର ଖୁଆଡ଼ ମଧ୍ୟରେ ପାଣି ପଶିଯାଇଛି । ବିଶେଷ କରି ଜଳହସ୍ତୀ ଖୁଆଡ଼ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳହସ୍ତୀ ବାହାରକୁ ବାହାରି ଯାଇଛନ୍ତି।