ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ପାଟଣାଗଡ (ଆଦର୍ଶ ସାହୁ) : ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ମୁରିବାହଲ ବ୍ଲକ ଚଲକୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିସମ୍ବର ଭୋଇ । ବିସମ୍ବର ଭୋଇଙ୍କ ପାଟଣାଗଡ଼ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜ ବାସଭବନ ତମିଆଁରେ ଭିଜିଲାନ୍ସର ଚଢ଼ାଉ। ତିନୋଟି ସ୍ଥାନରେ ଭିଜିଲାନ୍ସର ତିନୋଟି ଟିମ ଚଢାଉ କରିଛି । ଏହି ଟିମ୍ ରେ ୨ ଜଣ ଡିଏସପିଏସ, ୪ ଜଣ ଇନସପେକ୍ଟର ସହିତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢାଉ ବେଳେ ୮ଟି ପ୍ଲଟ,ଦୁଇଟି ଦୁଇଚକିଆ ଯାନ ସହିତ ୫୧ ହଜାର ଟଙ୍କାର ନଗଦ ରାଶି ଜବତ କରିଛି ଭିଜିଲାନ୍ସ ଟିମ୍ ।