ନୂଆଦିଲ୍ଲୀ – ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି। ସେ ସର୍ବଦା ନିଜର ପ୍ରଶଂସକଙ୍କ ସହ ନିଜର ୱାର୍କ ଫ୍ରଣ୍ଟ ବା ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଜିନିଷକୁ ସେୟାର କରିଥାନ୍ତି । ନିକଟରେ ନେହା କକ୍କର ଯେଉଁ କଥା ନିଜର ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି , ଏଥିରେ ପ୍ରଶଂସକଙ୍କୁ ଖୁସି ବଦଳରେ ଅଧିକ ଅସୁବିଧାର ସାମନା କରିବାକୁ ପଡ଼ିଛି ।ଉଲ୍ଲେଖନୀୟ ଯେ, ନେହା କକ୍କର ନିଜର କିଛି ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମ୍ରୁ ଅନଫଲୋ କରି ଦେଇଛନ୍ତି । ସେ ନିଜର ଇନ୍ଷ୍ଟା ଷ୍ଟୋରୀ ଜରିଆରେ ଏହି ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ଏବଂ ସେ କହିଛନ୍ତି କି ଏବେ ସେ କେବଳ ସେହି ଲୋକଙ୍କୁ ଫଲୋ କରିବେ ଯାହାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି । ଏବେ ନେହା କକ୍କର ଏହି ନିଷ୍ପତ୍ତି କାହିଁକି ନେଇଛନ୍ତି ତାଙ୍କୁ ହିଁ ଏହା ଜଣା , ହେଲେ ପ୍ରକୃତରେ ଏଥିରେ ତାଙ୍କର କିଛି ପ୍ରଶଂସକଙ୍କୁ କଷ୍ଟ ନିଶ୍ଚୟ ହୋଇଛି ।