ଗୋପ/ଜୟନ୍ତ କୁମାର ସେଠୀ: କୋଭିଡରେ ଆକ୍ରାନ୍ତ ହୋଇଥିବା କୋଣାର୍କର ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ଗତ ମେ ୨୩ରେ ପ୍ରାଣ ହରାଇଥିଲେ । ଏହି ଯୁବ ସାମ୍ବାଦିକ ଜଣକ ଦୈନିକ ଓଡ଼ିଆ ଖବର କାଗଜ ସମୟରେ କାମ କରୁଥିଲେ । ମୃତ ସାମ୍ବାଦିକ ହେଲେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଜ୍ୟୋଷ୍ଠ ପୁତ୍ର ସଂଗ୍ରାମ । ମହାମାରୀ କରୋନାରେ ସଂଗ୍ରାମଙ୍କ ଅକାଳ ବିୟୋଗ ପରେ ପରିବାରକୁ ବିଭିନ୍ନ ସ୍ଥାନରୁ ସମବେଦନା ମିଳିଥିଲା । ଆଜି ସଂଗ୍ରାମଙ୍କ ପରିବାରବର୍ଗକୁ ଭେଟିଥିଲେ ତାଙ୍କ ପୁରାତନ ଇଂଜିନିୟରିଂ ବ୍ୟାଚର କିଛି ବନ୍ଧୁ। ନିଶାରେ ସାମ୍ବାଦିକତା କରୁଥିବା ସଂଗ୍ରାମ ୨୦୦୩ ବ୍ୟାଚର ଜଣେ ଇଂଜିନିୟରିଂ ଛାତ୍ର । ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଥିବା ଘନଶ୍ୟାମ ହେମଲତା କଲେଜରେ ସେ ଇଂଜିନିୟରିଂ ପଢ଼ୁଥିବା ସମୟର ତାଙ୍କ ବ୍ୟାଚର କିଛି ବନ୍ଧୁ ସରୋଜ କୁମାର ଭୋଳ, ସନ୍ତୋଷ ମହାରଣା, ବିକାଶ ଦାଶ, ସୌମେନ୍ଦ୍ର ଦାଶ, ଆଦିତ୍ୟ ଦାଶ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ୨୦୦୩ ବ୍ୟାଚ ପୁରାତନ ବନ୍ଧୁ ମାନଙ୍କ ପକ୍ଷରୁ ଏକ ୩ ଲକ୍ଷ ଟଙ୍କାର ଚେକ ତାଙ୍କ କନ୍ୟା ସାଇ ଶାସ୍ୱତୀ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ। ଏନେଇ ସଂଗ୍ରାମଙ୍କ ପରିବାର ଲୋକେ ତାଙ୍କ ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।