ଯାହା ଚାହିଁବ ସବୁ କରିବାକୁ ପ୍ରସ୍ତୁତ କିନ୍ତୁ ପାଦତଳେ ଟିକେ ଜାଗା ଚାହୁଁଛି :ସୈାମ୍ୟଙ୍କ ଚିଠି

କଟକ– ସାମ୍ନାକୁ ଆସିଲା ଏସିଏଫଓ ସୈାମ୍ୟରଞ୍ଜନଙ୍କ ହାତଲେଖା ଡାଏରୀ ।  “ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ”  । ଗତ ଫେବୃଆରୀ ୨୨ ଓ ୨୩ ତାରିଖରେ ସୈାମ୍ୟ ଏହି ଚିଠି ଲେଖିଛନ୍ତି । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ  । ସୈାମ୍ୟ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ  । ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର । ସୈାମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବାବେଳେ ତାଙ୍କ ଡାଏରୀରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ

,ଯାହା ସ୍ପଷ୍ଟ ଜଣାପଡୁଛି ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ  ଭରିରହିଛି ଅସରନ୍ତି ପ୍ରେମ  ।କେବଳ ଏତିକି ନୁହେଁ ଆହୁରି କିଛି ଲେଖିଛନ୍ତି , ଯେଉଁଥିରୁ ସୈାମ୍ୟଙ୍କ ବୈବାହିକ ଜୀବନ ଠିକଠାକ ଚାଲି ନଥିଲା ବୋଲି ଜଣାପଡୁଛି ।ଏହି ଡାଏରୀର ଆଉ ଏକ ପୃଷ୍ଠାରେ ଲେଖା ହୋଇଛି- ‘ମୁଁ ତୁମର କ୍ୱାଲିଫିକେସନ୍ ଚାହେଁ ନାହିଁମୁଁ କେବେ ବି ଏ ବାବଦରେ ତୁମକୁ କିଛି କହିବି ନାହିଁ। ମୁଁ କେବଳ ଚାହେଁ ତୁମେ ମୋର ପତ୍ନୀ ଓ ଜଣେ ଭଲ ବନ୍ଧୁ ହୋଇ ରୁହ’।ସୌମ୍ୟଙ୍କ ଡାଏରୀରେ ଆହୁରି ଲେଖାଯାଇଛି- ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି।  ଏହା ପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ମୁଁ କିଛି କହିବି ନାହିଁ।

ସେ ଯାହା ନିଷ୍ପତ୍ତି ନେବ ସ୍ୱାଧୀନ ଭାବେ ନେଇ ପାରିବ। ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।”୨୦୨୧ ଫେବୃଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ତାଙ୍କ ଡାଏରୀରେ ଏସବୁ କଥା ଲେଖିଛନ୍ତି। ଗୋଟିଏ ପଟେ ବିଦ୍ୟାଙ୍କ ଚିଠି ତାଙ୍କ ମନରେ ସୌମ୍ୟଙ୍କ ପ୍ରତି ଥିବା ଘୃଣାଭାବକୁ ସୂଚାଇ ଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ୍ ନ ଥିବା ତଥା ପାରିବାରିକ ଅଶାନ୍ତି ଲାଗି ରହିଥିବା ସୂଚାଉଛି ସୌମ୍ୟଙ୍କ ଡାଏରୀ।