ଇଣ୍ଟେନମେଣ୍ଟ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ହିଞ୍ଜିଳି ସବରେଜିଷ୍ଟ୍ରୀ କାର୍ୟ୍ୟାଳୟରେ ପ୍ରାୟ ପ୍ରତ୍ୟେକ ଦିନ ଇଣ୍ଟରନେଣ୍ଟ ସମସ୍ୟା ଲାଗି ରହୁଛି । କାର୍ୟ୍ୟାଳୟକୁ ବହୁ ଦୂର ଦୂରାନ୍ତରୁ ଲୋକ ମାନେ ଆସନ୍ତି ଜାଗା ରେଜିଷ୍ଟ୍ରି କରିବାକୁ । କିନ୍ତୁ ପ୍ରାୟ ସବୁ ସମୟରେ କାର୍ୟ୍ୟାଳୟରେ ଲିଙ୍କ ଫେଲ। ଉକ୍ତ କାର୍ୟ୍ୟାଳୟରେ ରେଜିଷ୍ଟ୍ରୀ ସକାଶେ ବିଏସଚେନାଲରେ ଇଣ୍ଟନେଣ୍ଟର ସୁବିଧା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ପ୍ରାୟ ଦିନ ଲିଙ୍କ ଫେଲ ସମସ୍ୟା ଲାଗି ରହୁଛି । କିନ୍ତୁ କାର୍ୟ୍ୟାଳୟ ତରଫରୁ ନୋଟିସ୍ ବୋର୍ଡରେ ସର୍ବସାଧାରଣଙ୍କ ସକାଶେ ଲିଙ୍କ ଫେଲ ସୂଚନା ଦିଆଯାଉ ନାହିଁ । ପ୍ରକାଶଥାଉ କି, ପ୍ରାୟ ଦିନ ୧୧ଟା ରୁ ୧ ଘଣ୍ଟ ପର୍ୟ୍ୟନ୍ତ ଲିଙ୍କ୍ ରହୁନାହିଁ ବୋଲି କାର୍ୟ୍ୟାଳୟର କର୍ମଚାରୀମାନେ ମୌଖିକ ଭାବେ କହୁଛନ୍ତି । କରୋନା ସଂକ୍ରମଣ ସମୟରେ ବହୁ ଅସୁବିଧାରେ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି ଜନସାଧାରଣ। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ହିଂଜିଲି ସବରେସଜିଷ୍ଟରଙ୍କ ଜରିଆରେ ଏକ ଦରଖାସ୍ତ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲଙ୍ଗେଙ୍କୁ ଦେବା ସହ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।