ସ୍ତ୍ରୀକୁ ପିଟିି ପିଟିି ହତ୍ୟା କଲେ ଯବାନ

ଢେଙ୍କାନାଳ: ସ୍ତ୍ରୀକୁ ପିଟି ପିଟିି ମାରିଦେଲେ ଆର୍ମି ଯବାନ । ହତ୍ୟାକରିବା ପରେ ଯବାନ ଜଣକ ଟାଉନ ଥାନାରେ ସରେଣ୍ଡର କରିଛନ୍ତି । ସୂଚନାଥାଉ କି, ଯବାନ ଜଣକ ସ୍ତ୍ରୀକୁ ମାରିବା ସହ ଶଶୁରଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବାଜିଚୌକିରେ । ସ୍ଥଳସେନା କାମ କରୁଥିବା ସତ୍ୟଜିତ ମହାଳିକ ଛୁଟି ନେଇ ଗାଁକୁ ଆସିଥିଲେ । କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମମତା ମହାଳିକଙ୍କ ମଧ୍ୟମରେ ବଚସା ହୋଇଥିଲା । ଏହାପରେ ସ୍ୱାମୀ ସତ୍ୟଜିତ ରାଗିଯାଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି ।