ଭିଜିଲାନ୍ସ ପଞ୍ଝାରେ ପଲିଟେକନିକ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ

ଝାରସୁଗୁଡା- ଭବାନୀପାଟଣା ସ୍ଥିତ ପଲିଟେକନିକ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିବା ଜଣାପଡିଛି ।ତାଙ୍କର ଝାରସୁଗୁଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ତାଙ୍କର ଝାରସୁଗୁଡ଼ାର ଏଲ ଏନ୍ କଲେଜ ପାଖରେ ଥିବା ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ ତାଙ୍କ ସ୍ତ୍ରୀ କାର୍ୟ୍ୟ କରୁଥିବା ଏମଆଇ ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ସୂଚନା ରହିଛି ।