ବଜାରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା

କାମାକ୍ଷାନଗର– ବଜାରରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା । କାମାକ୍ଷାନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଆଜି କାମାକ୍ଷାନଗର ଏନଏସି ସାନ ଇନ୍ଦିପୁରର ଦିନେଶ କୁମାର ବିଶ୍ୱାଳ ବଜାରରୁ ଘର ପାଇଁ ଅଣ୍ଡା କିଣିଥିଲେ । ଘରେ ପହଞ୍ଚି ଅଣ୍ଡା ଭାଜିବା ସମୟରେ ଅଣ୍ଡାରୁ ବାସ୍ନା ବାହାରି ନଥିଲା । କେଶର ନ ଫାଟିବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା ।ସନ୍ଦେହ ଦୂର କରିବା ପାଇଁ ସେ ଗୁଗୁଲରେ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ସର୍ଚ୍ଚ କରିବାରୁ ସେ ଆଣିଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଜାଣି ପାରିଥିଲେ । ତାଙ୍କ ପରି ପଡ଼ୋଶୀ ଭାଉଜଙ୍କ ଘରେ ମଧ୍ୟ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା । ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ଅଣ୍ଡାର ତୁରନ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।