ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ଦିନ ଗୋସୁରକ୍ଷା ବିଲ୨୦୨୧ ଉପସ୍ଥାପନା କରିଛନ୍ତି । ରାଜ୍ୟରେ ଗୋହତ୍ୟା ଏବଂ ବେଆଇନ ଗୋ ଚାଲାଣକୁ ରୋକିବା ପାଇଁ ଏହି ଆଇନ ଲାଗୁକରାଯାଇଛି । ଏହି ବିଧେୟକ ପାରିତ ହୋଇଗଲେ ୧୯୫୦ ଗୋ ସଂରକ୍ଷଣ ଆଇନକୁ ବିଲୋପ କରିଦିଆ ଯିବ । ୧୯୫୦ ଆଇନ ଅନୁସାରେ ଆସାମରେ ଅନେକ ସ୍ଥାନରେ ଗୋ ମାଂସ ବିକ୍ରି ଉପରେ କଟକଣା ଥିବା ଭିତରେ ଆସାମର ଅନ୍ୟ କେତକ ସ୍ଥାନରେ ଗୋ ମାଂସ ବିକ୍ରି ପାଇଁ ପ୍ରତିବନ୍ଧକ ନାହିଁ ।
ଅଲଇଣ୍ଡିଆର ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ର ବିଧାୟକ ଆମିନୁଲ ଇସଲାମଙ୍କ କହିବା ଅନୁଯାୟୀ ଏହି ଆଇନ ହିନ୍ଦୁ ମୁସଲିମ ମଧ୍ୟରେ ଧାର୍ମିକ ସାଂପ୍ରଦାୟିକତା ସୃଷ୍ଟି କରିବା ପାଇଁ ଏହି ଆଇନ ଅଣାଯାଇଛି ।