ମାଓନେତା ହିଡମା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ଦଣ୍ଡକାରଣ୍ୟ ଡିଭିଜନର ଟପ୍ ମାଓ ନେତା ହିଡମା କରୋନା ଆକ୍ରାନ୍ତ ହୋଇଥିବାର ଖବର ଆସିଛି ହିଡିମା ସହିତ ଅନ୍ୟ ମାଓ ନେତା କରୋନାରେ ଗୁରୁତ୍ୱର ଆକ୍ରାନ୍ତ ହୋଇଥିବା ନେଇ ଦାନ୍ତେଓ୍ବଡା ଏସପି ସୂଚନା ଦେଇଛନ୍ତି । ଦଣ୍ଡକାରଣ୍ୟ ସ୍ପେଶାଲ ଜର୍ଣ୍ଣାଲ କମିଟିର ହାର୍ଡକୋର ମାଓବାଦୀ ଗଙ୍ଗା କରୋନାରେ ମୃତ୍ୟବରଣ କରିଥିବାର ସୂଚନା ମିଳିଛି । ପୋଲିସର ଲଗାତାର ମାଓ ଦମନ ଅପରେସନ ଯୋଗୁ ମାଓ ସାମଗ୍ରୀ ହେଉକି ମେଡିସିନ ପାଇବା ବଡ କଷ୍ଟକର ହୋଇପଡିଛି । ବସ୍ତର ଆଇଜି ସୁନ୍ଦର ରାଜ ପି ଗାଁ ଲୋକେ ମାଓବାଦୀଙ୍କ ସହ ନମିଶିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଯେଉଁ ମାଓବାଦୀ ମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ବୋଲି ଆଇଜି କହିଛନ୍ତି ।