ଐତିହାସିକ କଟକ ବାଲିଯାତ୍ରା ,ଏଥର ୩୮୦ଟି ଷ୍ଟଲ ଓ ୨୧ଟି ରାଜ୍ୟର ସାମଗ୍ରୀ

(ରିପୋର୍ଟସ ଟୁଡେ): ଐତିହାସିକ ବାଲିିଯାତ୍ରାରେ ଅନ୍ୟତମ ଆକର୍ଷଣୀୟ ହେଊଛି ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା । ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓର୍ମାସ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି । ପୂର୍ବବର୍ଷ ତୁଳନାରେ ଏଥର ଅଧିକ ଷ୍ଟଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ବାଲିଯାତ୍ରାରେ ୩୦ଟି ଜିଲ୍ଲା ସମେତ ଦେଶର ୨୮୧ ଟି ରାଜ୍ୟର ସ୍ୱୟଂସହାୟକ ଓ ଶିଳ୍ପଗୋଷ୍ଠୀ ଏଥର ବାଲିଯାତ୍ରାରେ ସେମାନଙ୍କ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଓରମାସ୍ ପକ୍ଷରୁ ଉପନିାର୍ଦଶକ ବିପିନିବି÷ହାରୀ ରାଉତ ସୁଚନା ଦେଇଛନ୍ତି । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ହସ୍ତଶିଳ୍ପ , ଟେରାକୋଟା, କାଷ୍ଠଶିଳ୍ପ, ଲୌହଶିଳ୍ପ, ବୟନ ଶିଳ୍ପ, ହସ୍ତତନ୍ତ ସାମଗ୍ରୀ ସହିତ ଜାତୀୟ ଓ ରାଜ୍ୟର ପାରମ୍ପରିକ ଖାଦ୍ୟସାମଗ୍ରୀର ବ୍ୟବସାୟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ପ୍ରଥମଥର ପାଇଁ ବାଲେଶ୍ୱରର ଜଣେ ତେଜପତ୍ର ଚାଷୀ ବାଲିଯାତ୍ରାରେ ତାଙ୍କର ଷ୍ଟଲ ଖୋଲିବା ସହିତ ତେଜପତ୍ର ଚାଷର ସଫଳତାର କାହାଣୀ ଲେକଙ୍କୁ କହିବେ ।
ଚଳିତବର୍ଷ ମିଶନଶକ୍ତ,ି ବୟନଶିଳ୍ପ ବିଭାଗ ,ନାବାର୍ଡ଼ା.କେଭିଆସ,ି ୟୁକୋ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ , ବୟନ ଶିଳ୍ପ ବିଭାଗ ଏହି ମେଳାରେ ଭାଗେ ନେବେ । ଟେରାକୋଟ, ଧୂପକାଠି ମାର୍ବଲ ଝୋଟଜାତ ସାମଗ୍ରୀର ଚାରୋଟି ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଖୋଲାଯି । ଏଥି ସହିତ ବାଲିଯାତ୍ରାରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଏହି ସବୁ ଷ୍ଟଲରେ କିନ୍ନରମାନେ ସେମାନଙ୍କ ଉତ୍ପାଦିକ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।