ଗୋଆରେ ଅକ୍ସିଜେନ ଅଭାବ ହେତୁ ୨୬ କରୋନା ରୋଗୀ ମୃତ , ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ଦାବି
ଗୋଆର ଏକ ହସ୍ପିଟାଲରେ ଆଜି ୨୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ଦାବି କରିଛନ୍ତି । ତେବେ ସେ କହିଛନ୍ତି କି ଏହି ରୋଗୀଙ୍କର ମୃତ୍ୟୁ
(ଗୋଆ) : ଗୋଆର ଏକ ହସ୍ପିଟାଲରେ ଆଜି ୨୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ଦାବି କରିଛନ୍ତି । ତେବେ ସେ କହିଛନ୍ତି କି ଏହି ରୋଗୀଙ୍କର ମୃତ୍ୟୁ ବିଳମ୍ୱିତ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ହୋଇଥିବାର ସୂଚନା ରହିଛି । କିନ୍ତୁ ମୃତ୍ୟୁର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କର ଜିଏମ୍ସିଏଚ୍ ଗସ୍ତ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି , ଉଚ୍ଚ ନ୍ୟାୟାଳୟଙ୍କୁ ମୃତ୍ୟୁର ଉଚିତ୍ କାରଣର ପତ୍ତା ଲଗେଇବା ପାଇଁ ଯାଞ୍ଚ କରିବା ଉଚିତ୍ । ଉଚ୍ଚ ନ୍ୟାୟାଳୟଙ୍କୁ ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ।ସେପଟେ ରାଣେ ସାମ୍ୱାଦିକଙ୍କ ସହ କଥା ହୋଇ ସୋମବାର ଜିଏମ୍ସିଏଚ୍ରେ ଅକ୍ସିଜେନ୍ର ସପ୍ଲାଏରେ ଅଭାବ ଥିବା ସ୍ୱୀକାର କରିଛନ୍ତି ।