ଛେଣ୍ଡିପଦାର ବାଲିପଟାରେ ବିଜେପିର ମିଶ୍ରଣ ପର୍ବ

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର ): ଅନୁଗୁଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପଟା ହାଟପଡିଆ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ତଥା ଛେଣ୍ଡିପଦା ବିଜେପିର ବିଧାୟକ ପ୍ରାର୍ଥୀ ଅଗସ୍ତୀ ବେହାରାଙ୍କ ପୈାରହିତ୍ୱରେ ଉକ୍ତ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଜେପି ଜିଲ୍ଲା ଉପସଭାପତି ଚୈାଧୁରୀ ପ୍ରଧାନ ସଭାପତି ଭାବେ , ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନୀତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ(ନିଲୁ), ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜେପିର ଉପଦେଷ୍ଟା ଗତିକୃଷ୍ଣ ପ୍ରଧାନ, ପ୍ରଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ରୋଜାଲିନ ଦାସ, ଅନୁଗୋଳ ନଗର ବିଜେପି ସଭାନେତ୍ରୀ ନମିତା ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ ବାଲିପଟା , କତଡା , ଜେରେଙ୍ଗ ଦେହୁରୀସାହି , ଜରପଡା , ପରା , ତୁକୁଡା , କୋରଡା ଏବଂ ଶିମିଳିପାଳ ପଞ୍ଚାୟତର ବହୁ କଂଗ୍ରେସ ଏବଂ ବିଜେଡିର କର୍ମୀ ଦଳ ଛାଡି ବିଜେପିରେ ଯୋଗଦାନ କରିଥିଲେ । ମୁଖ୍ୟତଃ ମିଶ୍ରଣ ପର୍ବରେ ଛେଣ୍ଡିପଦା ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ତଥା ବାଲିପଟା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଅଜିତ କୁମାର ପ୍ରଧାନ କଂଗ୍ରେସ ଦଳରୁ ନିଲମ୍ବନ ହେବା ପରେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କୁ ନେଇ ପଟୁଆରେ ଆସି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଆସନ୍ତା ଏପ୍ରିଲ ୨୮ ତାରିଖରେ ଅନୁଗୁଳ ଜିଲ୍ଲା ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଉପନିର୍ବଚନ ହେବାକୁ ଥିବା ବେଳେ ଅଜିତ କୁମାର ପ୍ରଧାନଙ୍କୁ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ଦଳର ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଘୋଷଣା କରିଥିଲେ । ଶେଷରେ ସୁଦିପ ଗଡନାୟକ ଧନ୍ୟବାଦ ଅର୍ପଣ କରି କାର‌୍ୟ୍ୟ ସମାପନ ହୋଇଥିଲେ ।