(ଦିଲ୍ଲୀ ) : ବିଶ୍ବର ସବୁଠୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲ ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ଆଉ ୧୦ ଦିନ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ ୨୦୨୧। ଆଇପିଏଲର ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଖେଳାଯିିବ। ଏଥିପାଇଁ ସମସ୍ତ ଟିମର ଖେଳାଳି ମାନେ ବାୟୋ ବବଲରେ ରହିବା ପାଇଁ ପହଁଞ୍ଚିସାରିଲେଣି। ଚଳିତ ସିଜିନରେ କିଛି ଯୁବ ଖେଳାଳି ଦମଦାର ପ୍ରଦର୍ଶନ କରି ବିଭିନ୍ନ ଟିମରେ ସ୍ଥାନ ପାଇଛନ୍ତି। ହେଲେ ଆଇପିଏଲ ପୂର୍ବରୁ ତାମିଲନାଡ଼ୁର ଅଲରାଉଣ୍ଡର ଶାହରୁଖ ଖାନ୍ ଚର୍ଚ୍ଚାରେ। ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଶାହାରୂଖ ଖାନ୍ ଆଇପିଏଲ ଟିକେଟ୍ ପାଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗସ୍ ୫.୨୫ କୋଟିରେ କିଣିଛି। ଶାହାରୁଖ ଖାନ୍ ଏବେ ପଞ୍ଜାବ ଟିମ୍ କ୍ୟାମ୍ପରେ ଯୋଗ ଦେଇ କରୁଛନ୍ତି ଜୋରଦାର ପ୍ରାକ୍ଟିସ୍। ଯାହାର ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପଞ୍ଜାବ କିଙ୍ଗସ୍ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଯେଉଁଥିରେ ଶାହାରୁଖ ପ୍ରାକ୍ଟସି ସେସନରେ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର ଦେଉଥିବାର ଦେଖିବାକୁ ମିଳିଛି। ଯାହାକୁ କ୍ରିକେଟ ପ୍ରେମୀ ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।