ନିଦ୍ୱନ୍ଦରେ ନିର୍ବାଚିତ ହେଲେ ସଭାପତି ଦ୍ବିତିକୃଷ୍ଣ ସାବତ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ରାଜ୍ୟ ବାରକାଉନସିଲର ନିର୍ଦେଶ କ୍ରମେ ଆଜି ସମସ୍ତ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି । ସେଥିମଧ୍ୟରୁ ହିଞ୍ଜିଳିକାଟୁ ଓକିଲ ସଙ୍ଘ ପକ୍ଷରୁ ସଭାପତି ରୂପେ ଦ୍ବିତିକୃଷ୍ଣ ସାବତ , ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ଉପସଭାପତି ଉପେନ୍ଦ୍ର ପଣ୍ଡାଙ୍କ ସହ ସମ୍ପାଦକ ବଂଶୀଧର ସାହୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ନିଦ୍ୱନ୍ଦରେ ନିର୍ବାଚିତ କରିଥିବା ହେତୁ ଦ୍ବିତିକୃଷ୍ଣ ସାବତ ସଙ୍ଘର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।