ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଖଟା ପନି ରୋଲ ।
ଆବଶ୍ୟକୀୟ ସାମଗ୍ରୀ: ଗୋଟେ ମଝି ଆକାରର ପିଆଜ,ଗୋଟେ ଚାମଚ ଭିନେଗାର,ଅଧା ଚାମଚ ଭିନେଗାର, ଅଧା ଚାମଚ ଲୁଣ,୨ ଚାମଚ ତେଲ, କିଛି ରସୁଣ ଛୋଟ ଛୋଟ କଟାଯାଇଥିବା, ଖଣ୍ଡେ ଅଦା ଛୋଟ ଛୋଟ କଟାଯାଇଥିବା, କଞ୍ଚା ଲଙ୍କା, କ୍ୟାପ୍ସିକମ, ଗୋଟେ ଚାମଚ ସୋୟା ସସ,୨ଚାମଚ ଟମାଟୋ କେଚଅପ,ଲଙ୍କା ସସ,୨୦୦ଗ୍ରାମ ପନିର, ୪ଟି ମାଲାବାର ପରଠା ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚୁଲିରେ ଏକ ପ୍ୟାନ ବସାନ୍ତୁ । ସେଥିରେ କିଛି ତେଲ ଦିଅନ୍ତୁ । ତେଲ ଗରମ ହୋଇ ଆସିଲେ ଅଦା ରସୁଣ କଟାକୁ ତେଲରେ ପକାନ୍ତୁ । ଏବେ ସେଥିରେ କଞ୍ଚା ଲଙ୍କା ଓ ପିଆଜ ଦିଅନ୍ତୁ । ଏବେ ସେଥିରେ କ୍ୟାପ୍ସିକମ ପକେଇ ଗୋଟେ ମିନିଟ ପାଇଁ ଛାଡି ଦିଅନ୍ତୁ । ସେଥିରେ ପନିର ଦେଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ବସାନ୍ତୁ । ସସ,ପନିରରେ ପଶିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଏବେ ପରଠା ଭଜା ଯାଇଥିବା ପନିର ଦିଅନ୍ତୁ । ପସନ୍ଦ ଥିଲେ ଅଧିକ ପିଆଜ ବି ଦେଇପାରିବେ । ଏବେ କିଛି ଭଜା ନୁଡୁଲ୍ସ ଦିଅନ୍ତୁ ଆଉ ରୋଲ ପରି ଗୁଡାଇ ଦିଅନ୍ତୁ । ଏଥିରେ ଟମାଟୋ କେଚଅପ ସହ ପୋଦିନା ଚଟଣୀ ଦେଇପାରିବେ ।