ଘରେ ପ୍ରସ୍ତୁତ କରନ୍ତୁ ପୋଦିନା ନାନ

0

(ରିପୋର୍ଟରସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ପୋଦିନା ନାନ ।
ଆବଶ୍ୟକୀୟ ସାମଗ୍ରୀ: ଗୋଟେ କପ ମଇଦା,ଅଧ ଚାମଚ ଇଷ୍ଟ ପାଉଡର,ଅଧ ଚାମଚ ଲୁଣ,ଅଧ ଚାମଚ ଚିନି,ଗୋଟେ ଚାମଚ ତେଲ,ଅଧ କପ ପୋଦିନା ପତ୍ର,୨ଟି କଞ୍ଚା ଲଙ୍କା,ଗୋଟେ ଚାମଚ ଜିରା,ଗୋଟେ ଚାମଚ ଲେମ୍ବୁ ରସ,ଗୋଟେ ଚାମଚ ବଟର ।
ପ୍ରସ୍ତୁତ ପ୍ରଣାଳୀ: ଇଷ୍ଟ ପାଉଡରରେ ଚିନି ଓ ୫ଚାମଚ ଉଷୁମ ପାଣି ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପରେ ୫ରୁ୭ ମିନିଟ ଢାଙ୍କି ରଖି ଦିଅନ୍ତୁ । ମଇଦାରେ ଇଷ୍ଟ,ଚିନି ସମତେ ଅନ୍ୟାନ ସାମଗ୍ରୀ ଆଦିକୁ ମିଶାଇ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ । ପରେ ୩୦ ମିନିଟ ପାଇଁ ଏକ ଓଦା କପଡା ଦେଇ ଢାଙ୍କି ଦିଅନ୍ତୁ । ଦ୍ୱିତୀୟ ଥର ପାଇଁ ଓଦା ହାତରେ ଚକଟି ଦିଅନ୍ତୁ । ଏବେ ଛୋଟଛୋଟ ଗୁଳା କରି ବେଲନ୍ତୁ । ଏବେ ଏକ ନନଷ୍ଟିକ ତାୱାରେ ତେଲ ଦେଇ ରୋଟୀକୁ ସେକି ଦିଅନ୍ତୁ । ଏବେ ସେଥିରେ ବଟର ଲଗାଇ ପରଷନ୍ତୁ ଗରମ ଗରମ ପୋଦିନା ନାନା ।