(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ରାଜ କଚୁଡି ।
ଆବଶ୍ୟକୀୟ ସାମଗ୍ରୀ : ସୁଜି-୧/୪ କପ,ମଇଦା-୧ କପ,ବେକିଙ୍ଗ ସୋଡା-୨ଚିମୁଟା,ତେଲ-୧ କପ ।
ଆବଶ୍ୟକୀୟ ସାମଗ୍ରୀ: ବିରି ଡାଲି (ପାଣିରେ ଭିଜା ଯାଇଥିବା)-୧ ଗିନା, ସିଝା ଆଳୁ-୧ଗିନା,ମୁଗ କିମ୍ବା ଚଣା-୧ଗିନା,କଳା ଲୁଣ- ସ୍ୱାଦ ଅନୁସାରେ,ଲାଲ ଲଙ୍କା ପାଉଡର-ଚାମଚ୧/୨, ୧/୨ ଧନିଆ ଚଟଣୀ, ୧/୨ସେଉ ଭୁଜିଆ ।
ପ୍ରସ୍ତୁତ ପ୍ରଣାଳୀ : ଏକ ପାତ୍ରରେ ସୁଜି,ମଇଦା,ବେକିଂ ସୋଡା ଏବଂ ପାଣି ପକାଇ ମିଶାନ୍ତୁ । ଏଥିରେ ଏକ ଛୋଟ ଚାମଚ ତେଲ ପକାଇ ନରମ ହେବା ପର୍ଯ୍ୟନ୍ତ ଚକଟନ୍ତୁ । ଅଟାର ଛୋଟ ଛୋଟ ଗୋଲା ବନାଇ ବେଲି ଦିଅନ୍ତୁ । ପ୍ୟାନରେ ତେଲ ଗରମ କରି ସେଥିରେ କଚୁଡି ଫୁଲିବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାପରେ କଚୁଡି ଥଣ୍ଡା ହେବା ପରେ ତାହାକୁ ମଝିରୁ ଭାଙ୍ଗି ଦିଅନ୍ତୁ । ଏବେ ଏଥିରେ ଡାଲି ପକୋଡି ପକାନ୍ତୁ । ଏହା ପରେ ଆଳୁ,ଚଣା,ଜିରା,ଲୁଣ,ଲାଲ ଲଙ୍କା,ଗୋଲମରୀଚ,ଧନିଆ ଚଟଣୀ,ମିଠା ଚଟଣୀରେ କଚୁଡିକୁ ଭରି ଦିଅନ୍ତୁ । ଏହା ଉପରେ ଫେଣ୍ଟି ରଖିଥିବା ଦହି ଏବଂ ସେଉ ଭୁଜିଆରେ ଗାର୍ନିସ କରି ସଭ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଟପଟା ରାଜ କଚୁଡି ।