(ଚିତ୍ତରଞ୍ଜନ ସାହୁ): ବରଗଡ଼ ରେ ବେଆଇନ ଭାବେ ନିର୍ମିତ ୨୦୦ ଦୋକାନ ଗୃହ ମାର୍କେଟ କମ୍ପ୍ଲେକ୍ସ ଓ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ଘରୋଇ ବସ ମାଲିକ ସଂଘ ଓ ପୌରପରିଷଦ ମଧ୍ୟରେ ଦେଖା ଦେଇଛି ବିବାଦ ।ଆଉ ଏହି ବିବାଦ ଧୀରେ ଧୀରେ ଘନେଇବାର ଲାଗିଛି।ବରଗଡ଼ ପୌରପରିଷଡ଼ ପକ୍ଷରୁ ନୂତନ ଘରୋଇ ବସଷ୍ଟାଣ୍ଡ ନାଁ ରେ ଏକ ଦ୍ବିତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି ।ତେବେ ଏହା ନିର୍ମାଣ ସମୟରେ ଟାଉନ ପ୍ଲାନିଂଗ ଅଥରୀଟି କିମ୍ବା ଅଗ୍ନିଶମ ବିଭାଗ ର କ୍ଲିୟରେନ୍ସ ଅନୁମତି ଓ କ୍ଲିୟାରେନ୍ସ ନିଆଯାଇନାହିଁ ।ଏହି ନୂତନ ବସଷ୍ଟାଣ୍ଡ କୁ ଘରୋଇ ବସଷ୍ଟାଣ୍ଡ ସ୍ତନାନ୍ତରିତ କରାଗଲେ ବ୍ୟାପକ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଇବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।ତା ସତ୍ତ୍ୱେ ପୌରପରିଷଦ ବାରମ୍ବାର ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଧମକ ଦେଉଥିବାରୁ ଏହାର ପ୍ରତିବାଦ ରେ ବରଗଡ ଘରୋଇ ବସ ମାଲିକ ସଂଘ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛି ।ବସଷ୍ଟାଣ୍ଡ ନିର୍ମାଣ ଲାଗି ଆସିଥିବା ପାଣ୍ଠି ର ଦୁରୂପଯୋଗ କରାଯାଇ ନିଜସ୍ୱ ଅର୍ଥନୈତିକ ଫାଇଦା ହାସଲ ଉଦ୍ଦେଶ୍ୱରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବା ରୁ ଏହାର ପ୍ରତିବାଦ ରେ ଆଗାମୀ ୫ ତାରିଖ ରେ ଏକ ୨୪ ଘଣ୍ଟିଆ ପ୍ରତୀକାତ୍ମକ ବସ ଧର୍ମଘଟ କରାଯିବ ବୋଲି ବସ ମାଲିକ ସଂଘ ର ଉପଦେଷ୍ଟା ଦେବବ୍ରତ ମିଶ୍ର କହିଛନ୍ତି ।ତେବେ ଏ ସମ୍ପର୍କରେ ତଦନ୍ତ କରାଗଲା ପରେ ତଦନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ।