ରାଜନଗର / ସଞ୍ଜୁ – ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବସ ବାସ କରୁଥିବା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ସଂଖ୍ୟା ଗତବର୍ଷ ଠାରୁ ଚଳିତ ବର୍ଷର ସଂଖ୍ୟା କମିଛି । ୨୦୧୯ ମସିହାରେ ଭିତରକନିକାରେ ୮୦୧୫ ସ୍ତନ୍ୟପାୟୀ ପ୍ରାଣୀ ଥିବାବେଳେ ଏଥର ଏହି ବସଂଖ୍ୟା ୭୯୦୪ କୁ ଖସିଛି । ଅର୍ଥାତ ଗତବର୍ଷଠାରୁ ଭିତରକନିକାରେ ଚଳିତ ବର୍ଷ ୨୦୧ ପ୍ରାଣୀ କମିଥିବା ଚଳିତବର୍ଷ ଗଣନା ରିପୋର୍ଟରୁ ଜଣାପଡିଛି । ରାଜନଗର ଡିଏଫଓ ବିକାଶ ରଂଜନ ଦାଶଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ କନିକା ରେଂଜରେ ୫୦୩ , ଗହୀରମଥା ରେଂଜରେ ୧୪୦ , ରାଜନଗର ରେଂଜରେ ୨୪୮ ସ୍ତନ୍ୟପାୟୀ ପ୍ରାଣୀ ବଢିଥିବାବେଳେ ରେଂଜରେ ୧୨୬୪ , କୁଜଙ୍ଗ ରେଂଜରେ ୨୦୧ ପ୍ରାଣୀ କମିଛନ୍ତି ।

ଚଳିତବର୍ଷ ଗଣନା ରିପୋର୍ଟ ଅନୁଯାୟୀ ଭିତରକନିକାରେ ଚିତ୍ରା ହରିଣ ୩୧୧୮, ବାର୍ହା ୧୮୧୧, ସମ୍ବର ୪, ପାତିମାଙ୍କଡ଼ ୨୨୫୦, ହନୁମାଙ୍କଡ଼ ୬୧, ବିଲୁଆ ୩୬୬, ମାଛରଙ୍କା ବିରାଡ଼ି ୪୪, ହେଟାବାଘ ୧୦, ଓଧ ୧୪୪, ବଣବିରାଡ଼ି ୧୭, ନେଉଳ ୨୪, କୋକିଶିଆଳୀ ୧୦, ଚିତାବିରାଡ଼ି ୨, ଝିଙ୍କ ୨୩, ଶାଳିଆପାତନୀ ୧୩, ଠେକୁଆ ୭ଟି ଠାବ କରାଯାଇଛି।

ଚଳିତବର୍ଷ କନିକା ରେଂଜ୍ରେ ସର୍ବାଧିକ ୫୨୪୪ ପ୍ରାଣୀଙ୍କୁ ଗଣନା ସମୟରେ ଚିହ୍ନଟ କରାଯାଇଛି। ରାଜନଗର ରେଂଜ୍ରେ ୧୭୫୭, ଗହୀରମଥାରେ ୨୪୮, ମହାକାଳପଡ଼ାରେ ୩୯୯, କୁଜଙ୍ଗ ରେଂଜ୍ରେ ୭୯୦୪ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଗଣନା କରାଯାଇଛି। ଚଳିତବର୍ଷ ଗଣନା ରିପୋର୍ଟ ଅନୁଯାୟୀ ଭିତରକନିକାରେ ଚିତ୍ରା ହରିଣ ୩୧୧୮, ବାର୍ହା ୧୮୧୧, ସମ୍ବର ୪, ପାତିମାଙ୍କଡ଼ ୨୨୫୦, ହନୁମାଙ୍କଡ଼ ୬୧, ବିଲୁଆ ୩୬୬, ମାଛରଙ୍କା ବିରାଡ଼ି ୪୪, ହେଟାବାଘ ୧୦, ଓଧ ୧୪୪,

ବଣବିରାଡ଼ି ୧୭, ନେଉଳ ୨୪, କୋକିଶିଆଳୀ ୧୦, ଚିତାବିରାଡ଼ି ୨, ଝିଙ୍କ ୨୩, ଶାଳିଆପାତନୀ ୧୩, ଠେକୁଆ ୭ଟି ଠାବ କରାଯାଇଛି। ଚଳିତବର୍ଷ କନିକା ରେଂଜ୍ରେ ସର୍ବାଧିକ ୫୨୪୪ ପ୍ରାଣୀଙ୍କୁ ଗଣନା ସମୟରେ ଚିହ୍ନଟ କରାଯାଇଛି। ରାଜନଗର ରେଂଜ୍ରେ ୧୭୫୭, ଗହୀରମଥାରେ ୨୪୮, ମହାକାଳପଡ଼ାରେ ୩୯୯, କୁଜଙ୍ଗ ରେଂଜ୍ରେ ୭୯୦୪ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଗଣନା କରାଯାଇଛି।
