(ରଜନକାନ୍ତ ପାତ୍ର / ଗଞ୍ଜାମ): ଶେରଗଡ ବ୍ଳକର ଲାଉଗଡ ଗାଁ ନିକଟରେ ଥିବା ଏକ ଚାଷ ଜମିରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ଏକ ହାତୀ ପଲ ଲାଉଗଡ ଗାଁ ନିକଟରେ ଥିବା ଜମିରେ ଥିବା ବେଳେ ଏହି ହାତୀ ଛୁଆଟି କାଦରେ ଫସିଯାଇ ମୃତ୍ୟୁବରଣ କରିଥିବା ଆସିକା ବନବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମୃତ ହାତୀକୁ ବନ ବିଭାଗ ଜବତ କରିବା ସହ ଷଢଙ୍ଗିପଲ୍ଲୀ ଫରେଷ୍ଟ ବିଟ ହାଉସରେ ରଖି ବ୍ୟବଛେଦ ପରେ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆସିକା ରେଜଂର ସୂଚନା ଦେଇଛନ୍ତି ।