ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ- ୬ ଜଣଙ୍କୁ ସସ୍ପେଣ୍ଡ କଲା ବିଭାଗ

(ରିପୋର୍ଟସ ଟୁଡ଼େ): ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ ଟିମ୍ । କାହିଁକି ଓ କାହାର ଅବହେଳା ଯୋଗୁଁ ୭ଟି ହାତୀଙ୍କ ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଂଚ । ଘଟଣାସ୍ଥଳରେ କ୍ରାଇମବ୍ରାଂଚର ଟିମ ପହଂଚି ତଦନ୍ତ କରୁଛି । ଢୋଙ୍କାନାଳ ଜିଲ୍ଲା କମଳାଙ୍ଗରେ ଶନିବାର ଦିନ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ସାତଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣଙ୍କୁ ସସପେଣ୍ଡ କରିଥିବା ବେଳେ ଜଣଙ୍କୁ ବହିଷ୍କାର କରିଥିଲେ । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କଣ କହିଛନ୍ତି ଆସନ୍ତୁ ଜାଣିବ ।