ନୂଆଦିଲ୍ଲୀ- ପୁଣି ଫେରିବ ଲୋକପ୍ରିୟ ଗେମିଂ ଆପ୍ ପବଜି । ପବଜି ଗେମ୍ ଫେରିବା ନେଇ ସାଉଥ କୋରିଆ କମ୍ପାନୀ ଘୋଷଣା କରିଛି । ଭାରତ ପାଇଁ କମ୍ପାନୀ ପକ୍ଷରୁ ନୂଆ ଫିଚର ସହ ଗେମ୍ ଲଞ୍ଚ ହେବାକୁ ଥିବାବେଳେ କୈାଣସି ଚୀନ୍ ଆପ୍ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଖୁବ୍ ଶୀଘ୍ର ପବଜି ମୋବାଇଲ ଭାରତରେ ଲଞ୍ଚ ହେବ । ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ଭାରତ ସରକାରଙ୍କ ଡାଟା ପଲିସିକୁ ସମ୍ପୂର୍ଣ୍ଣ ପାଳନ କରାଯିବ । ଭାରତରେ ବଡ ନିବେଶ କରୁଥିବାର ଜଣାପଡିଛି ।
