କାଠ ସହ ଟାଟା ମ୍ୟାଜିକ ଜବତ

( ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଣ୍ଡାର ଜଙ୍ଗଲରୁ ଚୋରା ଚାଲାଣ କାଠ ସହ ଟାଟା ମ୍ୟାଜିକ ଜବତ । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଜଙ୍ଗଲରୁ କାଠ ନେଇ ଯାଉଥିବା ଗାଡିକୁ ଜବତ କରିଥିଲେ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।