ଶୀଘ୍ର ଗିରଫ ହୋଇପାରନ୍ତି ନାନା ପାଟେକରଙ୍କ୍ ସମେତ ୩ ଅଭିଯୁକ୍ତ, ଏଫଆଇଆର ରୁଜୁ

( ସଂଜୁକ୍ତା ବେହେରା): ବଲିଉଡ ଅଭିନେତା ନାନା ପାଟକର ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି । ମୁମ୍ବାଇ ଥାନାରେ ପୋଲିସ ୪ ଜଣଙ୍କ ବିରୋଦ୍ଧରେ ଏଫଆଇଆର ରୁଜୁ କରିଛି । ସେହି ୪ ଅଭିଯୁକ୍ତ ହେଲେ ନାନା ପାଟେକର, କୋରିଓଗ୍ରାଫର ଗଣେଶ ଆଚାର୍ୟ୍ୟ, ନିର୍ମାତା ସୀମା ସିଦ୍ଦିକ ଓ ନିର୍ଦ୍ଦେଶକ ରାକେଶ ସାରଙ୍ଗ ।

ସୂଚନା ମୁତାବକ ଏହି ଜଣଙ୍କ ବିରୋଧରେ ଦୁର୍ବ୍ୟବହାରର ଧାରା ୩୫୪ ମହିଳାଙ୍କ ସମ୍ମାନକୁ ପହଞ୍ଚାଇବା ଧାରା ୫୦୯ ଆଧାରରେ ଦାୟର ହୋଇଛି ଏହା ପୂର୍ବରୁ ପୋଲିସ ତନୁଶ୍ରୀଙ୍କ ବୟାନ ରେକର୍ଡ କରିଥିଲା ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ, ୧୦ ବର୍ଷ ପୂର୍ବେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ନାନା ପାଟେକର ତାଙ୍କର ଯୌନ ଶୋଷଣ କରିଥିଲେ ।

ଶନିବାର ଦାୟର କରିଥିବା ନିଜର ଏତଲାରେ କହିଛନ୍ତି ଯେ, ଫିଲ୍ମର ଗୋଟିଏ ଗୀତର ଦୃଶ୍ୟ ସମୟରେ ପାଟେକର ତାଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲେ. ଏହା ପରେ ସେ କହି ଦେଇଥିଲେ ଯେ କୌଣସି ପ୍ରକାରର ଅଶ୍ଳୀଳ, ଅଶିଷ୍ଟ କିମ୍ବା ଅସହଜ ଦୃଶ୍ୟର ସୁଟିଂ କରିବେ ନାହିଁ ଟ୍ଟତନୁଶ୍ରୀଙ୍କ ଅଭିଯୋଗ ଉପରେ ପାଟେକର ସଫେଇ ଦେଇ କହିଥିଲେ ଯେ ଫିଲ୍ମ ସମୟରେ ତନୁଶ୍ରୀଙ୍କ କୌଣସି ଅନୁଚିତ୍ ବ୍ୟବହାର କରି ନାହାନ୍ତି ସେ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଏହାକୁ ମିଥ୍ୟା କହିଥିଲେ ।