ଭୁବନେଶ୍ୱର: ଗୋଆସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ୭୫ ବର୍ଷ ବୟସରେ ପ୍ରଖ୍ୟାତ ଅଭିନେତା ତଥା ପଦ୍ମଶ୍ରୀ ନାନା ପାଟେକରଙ୍କ ଦେହାନ୍ତ ଘଟଣାରେ ଓଡ଼ିଶାର ବରିଷ୍ଠ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ବିୟୋଗକୁ ଭାରତୀୟ ସିନେମା ପାଇଁ ଏକ ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି।
Deeply saddened to learn of the passing of veteran actor Shri Nana Patekar. Renowned for his distinctive dialogue delivery and powerful portrayals of complex characters, he leaves behind a rich legacy that has enriched Indian cinema and inspired generations.
My heartfelt condolences to his family, friends and countless admirers. Om Shanti.
— Dr. Hari Babu Kambhampati (@DrHariBabuK) October 8, 2026
ସେହିଭଳି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ମଧ୍ୟ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଜାରି ଏକ ଶୋକବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି, “ବରିଷ୍ଠ ଅଭିନେତା ଶ୍ରୀ ନାନା ପାଟେକରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ନିଆରା ସଂଳାପ କହିବାର ଶୈଳୀ ଏବଂ ଜଟିଳ ଚରିତ୍ରଗୁଡ଼ିକର ଶକ୍ତିଶାଳୀ ଅଭିନୟ ପାଇଁ ସେ ଜଣାଶୁଣା ଥିଲେ। ସେ ଏପରି ଏକ ସମୃଦ୍ଧ ଉତ୍ତରାଧିକାର ଛାଡ଼ି ଯାଇଛନ୍ତି ଯାହା ଭାରତୀୟ ସିନେମାକୁ ସମୃଦ୍ଧ କରିବା ସହ ଅନେକ ପିଢ଼ିକୁ ଅନୁପ୍ରାଣିତ କରିଛି। ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା।”
The demise of veteran actor Nana Patekar Ji is a great loss to Indian cinema. Through his exceptional talent, powerful performances and enduring contribution to the arts, he left an indelible mark on generations of audiences.
May Mahaprabhu Shri Jagannath grant eternal peace to the departed soul and provide strength and solace to his family, friends and countless admirers in this hour of grief. Om Shanti. 🙏
— Mohan Charan Majhi (@MohanMOdisha) October 8, 2026
ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ଏହି କିମ୍ବଦନ୍ତୀ ଅଭିନେତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ‘ଏକ୍ସ’ (X)ରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି: “କିମ୍ବଦନ୍ତୀ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ଭାରତୀୟ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ପ୍ରହାର’, ‘ଅବ୍ ତକ୍ ଛପ୍ପନ୍’ ଏବଂ ମରାଠୀ ଚଳଚ୍ଚିତ୍ର ‘ନଟସମ୍ରାଟ୍’ରେ ତାଙ୍କର ଅବିସ୍ମରଣୀୟ ଅଭିନୟ ସର୍ବଦା ଆମ ହୃଦୟରେ ଲିପିବଦ୍ଧ ହୋଇ ରହିବ। ତାଙ୍କ କଳାତ୍ମକ ଦକ୍ଷତା ସହିତ ତାଙ୍କର ସେବାଭାବ ମଧ୍ୟ ତୁଳନାହୀନ ଥିଲା, ଯାହା ‘ନାମ୍ ଫାଉଣ୍ଡେସନ୍’ ମାଧ୍ୟମରେ ଚାଷୀଙ୍କ ପାଇଁ ତାଙ୍କର ନିରନ୍ତର କାର୍ଯ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଭାରତ ଜଣେ ପ୍ରକୃତ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଲା, ଯାହାର ସ୍ୱର ଓ ଉପସ୍ଥିତି ଏକ ଯୁଗକୁ ପରିଭାଷିତ କରିଥିଲା।”
ପ୍ରସିଦ୍ଧ ଅଭିନେତା, ପଦ୍ମଶ୍ରୀ ନାନା ପାଟେକରଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ନିଜର ଜୀବନ୍ତ ଓ ଅସାଧାରଣ ଅଭିନୟ ଶୈଳୀ ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡ଼ିଯାଇଛନ୍ତି।
ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ଓଁ ଶାନ୍ତି !
Deeply saddened by the passing of legendary actor Padma Shri Nana Patekar. A towering figure of Indian cinema, his unforgettable performances in Parinda, Krantiveer, Prahaar, Ab Tak Chhappan, and the Marathi masterpiece Natsamrat will forever remain etched in our hearts. His artistry was matched only by his compassion, as seen through his tireless work for farmers via the Naam Foundation. India has lost a true icon whose voice and presence defined an era. My heartfelt condolences to his family, admirers and the countless lives he touched. Om Shanti 🙏🏻
#NanaPatekar
— Kanak Vardhan Singh Deo (Modiji Ka Parivar) (@KVSinghDeo1) October 8, 2026
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ବରିଷ୍ଠ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକା “ତାଙ୍କର ସ୍ୱତନ୍ତ୍ର ସଂଳାପ କହିବାର ଶୈଳୀ ଏବଂ ଜଟିଳ ଚରିତ୍ରଗୁଡ଼ିକୁ ସହଜରେ ରୂପାୟନ କରିବାର କ୍ଷମତା ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଶୋକସନ୍ତପ୍ତ ପରିବାରବର୍ଗ, ବନ୍ଧୁବର୍ଗ ଏବଂ ପ୍ରଶଂସକମାନଙ୍କୁ ମୋର ସମବେଦନା। ଓମ୍ ଶାନ୍ତି,” ବୋଲି ପଟ୍ଟନାୟକ ‘ଏକ୍ସ’ (X) ରେ ପୋଷ୍ଟ କରିଛନ୍ତି।
ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖିତ । ନିଜର ଅସାଧାରଣ ଅଭିନୟ ପ୍ରତିଭା ମାଧ୍ୟମରେ ସେ ଭାରତୀୟ ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି ।
ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । #NanaPatekar
— Pravati Parida (@PravatiPOdisha) October 8, 2026
ଉଲ୍ଲେଖଯୋଗ୍ୟ ଯେ, ‘ପରିନ୍ଦା’, ‘କ୍ରାନ୍ତିବୀର’ ଏବଂ ‘ନଟସମ୍ରାଟ’ ଭଳି ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ଜଣାଶୁଣା ୭୫ ବର୍ଷୀୟ ଏହି ଅଭିନେତା ଗୁରୁବାର ଭୋର ସମୟରେ ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ଅଚେତ ଅବସ୍ଥାରେ ମିଳିଥିଲେ। ୪୫ ମିନିଟ୍ ଧରି ସିପିଆର୍ (CPR) ଦିଆଯିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ଏବଂ ମଣିପାଲ ହସ୍ପିଟାଲରେ ସକାଳ ୫:୨୦ ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।