(ହରିଶ ଚନ୍ଦ୍ର ଦାସ) :୪ ଦଫା ଦାବିରେ ରେଙ୍ଗାଳି କ୍ଷତିଗ୍ରସ୍ତ ପାଲଲହଡ଼ା ଉପଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଚଳାଇଥିବା ଗୁରୁବାର ୧୩ ଦିନରେ ପହଞ୍ଚିଛି। ଅନେକ ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପ୍ରତିଦିନ ୨ଶହରୁ ୩ ଶହ କ୍ଷତିଗ୍ରସ୍ତ ଧାରଣା ସ୍ଥଳକୁ ଆସି ଦାବି ଉପସ୍ଥାପନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ନ ମିଳିବା ପର୍ୟ୍ୟନ୍ତ ଅନଶନ ଜାରି ରହିବ ବୋଲି କ୍ଷତିଗ୍ରସ୍ତ ସଂଘ ଆବାହକ ସନ୍ତୋଷ କୁମାର ଦେହୁରୀ, ସଭାପତି ନେତ୍ରାନନ୍ଦ ସାମଲ ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ବାତ୍ୟାକୁ ନଜରରେ ରଖି ଏବଂ ପର୍ବ ପର୍ବାଣିର ଛୁଟି ଥିବାରୁ ଏହି ଆମରଣ ଅନସନକୁ ଆଜିଠରୁ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ସ୍ଥଗିତ କରାଯାଇଛି । ଦାବି ପୁରଣ ନ ହେବା ପର୍ୟ୍ୟନ୍ତ ଏହା ପୁଣି ଥରେ ଚଳିତ ମାସ ୩୧ ତାରିଖ ଠାରୁ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।