(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ରାଜ୍ୟରେ ମାସ୍କ କିଣାରେ ଦୁର୍ନୀତି ହୋଇଥିବା ନେଇ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଶ୍ରୀ ଶର୍ମାଙ୍କ ନାଁରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏତଲା ଦିଆଯାଇଛି । ମାସ୍କ ଓ ସାନିଟାଇଜର କିଣାରେ ଦୁର୍ନୀତି ହୋଇଛି । ହୋଲସେଲର ରେଟରେ ୧୦ ଟଙ୍କାରେ କିଣାଯାଇ ରିଟେଲ ପ୍ରାଇସରେ ୧୬ ଟଙ୍କାରେ ବିକ୍ରି ହେବ ବୋଲି କେନ୍ଦ୍ରରୁ ଚିଠି ଆସିଥିଲା । ରାଜ୍ୟ ସରକାର ମାସ୍କକୁ ଦୁଇରୁ ତିନି ଗୁଣା ଦରରେ କିଣାଗଲେ ଏଥିରେ କିଏ ଲାଭ ପାଇଲା ବୋଲି ଓଡିଶା ସୂଚନା ଅଧିକାର ଅଭିଯାନପକ୍ଷରୁ କୁହାଯାଇଛି । ଆଇଏଏସ ହେମନ୍ତ ଶର୍ମା ଓ ତୃତୀୟ ମହଲାର ସମସ୍ତେ ଏଭଳି ସ୍କାମରେ ଜଡିତ ଥିବା ସେ ଅଭିଯୋଗ କରିଛନ୍ତି । ତେବେ ୩୦ ଲକ୍ଷ ମାସ୍କ କେବଳ ୧୦ ଟଙ୍କାରେ କିଣା ହୋଇପାରିବ ବୋଲି ନିର୍ଦ୍ଦେଶ ଆସିଥିଲା ।