ଗୁପ୍ତା ପାୱାର ଇନଫ୍ରଷ୍ଟଚର ଲିମିଟେଡ ଉପରେ ଆୟକର ବିଭାଗ ଚଢାଉ

(ଆଦର୍ଶ ରାଉତ): ଗୁପ୍ତା ପାୱାର ଇନଫ୍ରଷ୍ଟଚର ଲିମିଟେଡ ଉପରେ ଚଢାଉ କରିଛି ଆୟକର ବିଭାଗ । ଆୟକର ଫାଙ୍କିବା ଅଭିଯୋଗରେ ଗୁପ୍ତା ପାୱାର ଇନଫ୍ରଷ୍ଟଚର ଲିମିଟେଡ ରେ ମାରାଥନ ଚଢ଼ାଉ କରିଛି ଆୟକର ବିଭାଗ । ଭୁବନେଶ୍ୱର କଟକ ରୋଡ଼ ରେ ଥିବା ମୂଖ୍ୟ କାର୍ଯାଳୟ ରେ, କଟକ , ରାଉରକେଲା ସମେତ ରାଜ୍ୟର ଅନ୍ୟାନ୍ୟ ସହର ରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯାଇଛି ତା ସହ ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହସ୍ତଗତ ହୋଇଥିବା ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମୋଟା ଅଙ୍କର ଆୟକର ଫାଙ୍କିବା ନେଇ କିଛି ଦିନ ତଳେ ସୂଚନା ପାଇଥିଲା ବିଭାଗ । ଏହାପରେ ଚଢ଼ାଉ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ।