ଟ୍ୱିନ୍ ସିଟିରେ ଅନଲାଇନରେ ମଦ ବିକ୍ରିକୁ ନାଁ !

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):  ଆଜିଠାରୁ ସାରା ରାଜ୍ୟରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇଥିବା ବେଳେ କଟକରେ ଏହାକୁ ବିରୋଧ କରାଯାଇଛି । ମଦ ଦୋକାନ ବନ୍ଦ ରଖିବାକୁ କଟକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଦୋକାନ ଯେପରି ବନ୍ଦ ଥିବା ସେମିତି ବନ୍ଦ ରଖିବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ସ୍ପେଶାଲ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର ୫୦% ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ ଡ଼େଲିକରି କରିପାରିବେ ନଚେତ ଏଥିସହ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସହଯୋଗ ନେଇପାରିବେ । ତେବେ ମେ ୨୪ ରୁ ମଦର ହୋମ୍ ଡେଲିଭରୀ ହେବ ବୋଲି ଅନୁମତି ମିଳିଥିଲା । କିନ୍ତୁ କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନାହାନ୍ତି ।