ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହୋମିଓପ୍ୟାଥି ଔଷଧ ବିତରଣ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ବିଶ୍ୱରେ କରୋନା ଭୂତାଣୁ ମହାମାରୀରେ ପରିଣତ ହୋଇ ସଂପୂର୍ଣ୍ଣ ଜୀବନଜୀବିକା ପ୍ରଭାବିତ ହୋଇଛି।ଯାହାର କୁପ୍ରଭାବରରେ ସମଗ୍ର ମାନବସମାଜ କରୋନା ଯୁଦ୍ଧରେ ନିଜନିଜ କ୍ଷେତ୍ରରେ ଯୋଦ୍ଧା ସାଜି ସଂଗ୍ରାମ କରୁଛନ୍ତି। ଅନେକ ବିକାଶଶୀଳ ରାଷ୍ଟ୍ର ହାର ମାନି କରୋନା ପାଖରେ ନତମସ୍ତକ ହୋଇପଡିଛନ୍ତି। କିନ୍ତୁ ଭାରତ କରୋନା ବିରୋଧୀ ଲଢେଇରେ ହାର ନମାନିବା ସଂଗ୍ରାମ କରୁଛି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶର ସର୍ବବୃହତ ସାମାଜିକ ଓ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ଆହ୍ବାନ ନେଇ ସାରା ଭାରତରେ ବିଭିନ୍ନ ସେବା କାର୍ୟ୍ୟ ହାତକୁ ନେଇଛି। ଠିକ୍ ସେଭଳି ହିଞ୍ଜିଳିକାଟୁ ଖଣ୍ଡର ସ୍ବୟଂସେବକ ନିଜ ନିଜ ଅଞ୍ଚଳରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଅନେକ ପ୍ରକାର ସେବା ଯୋଗିଛନ୍ତି। ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ୧୦୦୦ ମାସ୍କ ବଣ୍ଟନ,ଚାଲି ଆସୁଥିବା ପ୍ରବାସୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ,ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଯୋଗ ପ୍ରାଣାୟମ, ପ୍ରତି ଘରେ ଘରେ ସଚେତନ କରିବା ସହ ତୁଳସୀ,ଡାଳଚିନି,ଗୋଲମରିଚ,ସୁଣ୍ଠିରେ ତିଆରି କାଢ଼ା ସେବନ କରିବା ପାଇଁ ଏହିପରି ଭାବରେ ସେବା ଯୋଗାଇ ଛନ୍ତି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଡାକ୍ତର ମାନଙ୍କ ମାର୍ଗଦର୍ଶନରେ ଆରସେନିକମ୍ ଆଲବମ୍ ୩୦ସି ହୋମିଓପ୍ୟାଥି ଔଷଧକୁ ବିତରଣ କରିବା ପରିଲକ୍ଷିତ ହୋଇଛି। ସଂଘର କାର୍ୟ୍ୟକର୍ତ୍ତା ମାନଙ୍କ କହିବାନୁସାରେ ମାନବ ଜୀବନରେ ଅନୁଭବ ହେଉଥିବା ଥଣ୍ଡା,ଖାସ,କଫ ଆଦିକୁ ଏହି ହୋମିଓପ୍ୟାଥି ଔଷଧ ମୂଳରୁ ସଫା କରିବାରେ ସହାୟକ ହେବ। ସଂଘର ଏଭଳି କାର୍ୟ୍ୟକୁ ସମାଜରେ ସକରାତ୍ମକ ପ୍ରଭାବ ପଡିବା ସହ ଉଚ୍ଚ ପ୍ରଶଂସା ମିଳିବା ଦେଖାଯାଇଛି।