କରୋନା ଲକଡ଼ାଉନରେ ବାଉଁଶ କାରିଗର ହତାଶ

(ପାଟଣା/ବିଜୟ କାରୁଆ): କେନ୍ଦୁଝରଜିଲ୍ଲା ଅଟଣାବ୍ଲକ କଣ୍ଟିଆପଡା ପଞ୍ଚାୟତ ବେହେରା ସଂପ୍ରଦାୟର ଲୋକମାନେ କରୋନ ପାଇଁ ହତାଶ ହୋଇ ପଡିଛନ୍ତି । ବାଉଁଶରେ ତିଆରି ସାମଗ୍ରୀ କୁଲା,ଡ଼ାଲା ଟୁକୁଲି,ଖାଣ୍ଚି ଠେକା ଆଦି ତିଆରି କରି ବିକ୍ରି କରି ସେମାନେ ତାଙ୍କ ପରିବାର ଭରଣ ପୋଷଣ କରିନ୍ତି । କିନ୍ତୁ ସରକାରଙ୍କ ନିର୍ଦେଶ ନାମା ଦେଶ ରେ କରୋନା ଭୁତାଣୁ ନିମନ୍ତେ ଲକ ଡାଉନ ଜାରି ହୋଇଥିବାରୁ ଏହି ବାଉଁଶ କାରିଗର ମାନେ ବାଉଁଶ ରେ ବହୁ ଦରକାର ଜିନିଷ ତିଆରି କରି ସେମାନେ ହାଟ କି ଗାଁ କୁ ନେଇ ଜିନିଷ ଗୁଡିକ ବିକ୍ରି କରି କରି ପାରୁ ନାହାନ୍ତି । କାରଣ ହାଟ କୁ ଗଲେ ପୋଲିସ ମାଡ଼ ଭୟ ,ଗାଁ କୁ ଗଲେ କରୋନା ପରି ରୋଗକୁ । ଏହି ସମୟରେ ଗାଁ ଲୋକ ଗାଁ ଭିତରକୁ ପଶିବାକୁ ନ ଦେଉନାହାନ୍ତି । ଯେଉଥି ପାଇଁ ବାଉଁଶ ତିଆରି ଜିନିଷ ଗୁଡିକ ବେଶି ଦିନ ରହି ଘୁଣଖାଇ ନଷ୍ଟ ହୋଇଯାଉଛି ବୋଲି ବାଉଁଶ କାରିଗର ମାନେ କହିଛନ୍ତି। ତେବେ ଦେଖି ବାକୁ ରହିଲା କେବେ ଖୋଲି ବ ଲକ ଡାଉନ ଆଉ କେବେ ବିକ୍ରି ହେବ ବାଉଁଶ ତିଆରି ଜିନିଷ।