୭ ରୁ ସଂଗ୍ରହ ହେବ ଡାଲି,ତୈଳବୀଜ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ମେଁ ୭ ତାରିଖରୁ ମାର୍କଫେଡ ଚାଷୀଙ୍କଠାରୁ ସଂଗ୍ରହ ହେବ ଡାଲି ଓ ୭ ରୁ ସଂଗ୍ରହ ହେବ ଡାଲି, ତୈଳବୀଜ । କେନ୍ଦ୍ର ସରକାରଙ୍କ ଦ୍ୱାରା ସର୍ବନିମ୍ନ ମୁଲ୍ୟଜ ରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣା ହେବ । ଚଳିତ ବର୍ଷ ରବିରୂତୁ ରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରାଜ୍ୟରେ ୧୪,୧୨୧ ମେଟ୍ରିକ ଟନ ମୁଗ, ୮୭୫୦ ମେଟ୍ରିକ ଟନ ସୂର୍ଯ୍ୟମୁଖୀ, ୫୪୨୫ ମେଟ୍ରିକ ଟନ ଚିନାବାଦାମ ସଂଗ୍ରହ କରାଯିବ । ଏଫଏକ୍ୟୁ ମାନ ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୭,୦୫୦ ଟଙ୍କା, ସୂର୍ୟ୍ୟମୁଖୀ ୫,୬୫୦ ବିରି ୫,୭୦୦, ଟଙ୍କା ଏବଂ ଚିନାବାଦାମ କୁଇଣ୍ଟାଲ ପିଛା ୫,୦୯୦ ଟଙ୍କା ସ୍ଥିର କରାଯାଇଛି। ଡାଲି ଓ ତୈଳବୀଜ ସଂଗ୍ରହ କାର୍ୟ୍ୟ ୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ଯାଏ ଚାଲିବ। ଏଥିପାଇଁ ଜିଲାରେ ଆବଶ୍ୟକ ସଂଖ୍ୟକ ସଂଗ୍ରହ କେନ୍ଦ୍ର ପ୍ରସ୍ତୁତ କରି ଚାଷୀମାନଙ୍କର ନାମ ପଞ୍ଜୀକରଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସଂସ୍ଥାଗୁଡିକୁ ଅବଗତ କରାଯାଇ ମାର୍ଗଦର୍ଶିକା ଜାରି କରାଯାଇଛି। ଏକର ପିଛା ୩ କୁଇଣ୍ଟାଲ ମୁଗ ଓ ବିରି, ୮ କୁଇଣ୍ଟାଲ ଚିନାବାଦାମ ଏବଂ ୫ କୁଇଣ୍ଟାଲ ସୂର୍ୟ୍ୟମୁଖୀ ମଞ୍ଜି ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟର ୧୬ଟି ଜିଲାରେ ତୈଳବୀଜ ଓ ଡାଲି ସଂଗ୍ରହ ହେବ। ସେହି ଜିଲାଗୁଡିକ ହେଲା, ବରଗଡ, ନୂଆପଡା, ବାଲେଶ୍ୱର, କଳାହାଣ୍ଡି, ମାଲକାନଗିରି, କଟକ, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ପୁରୀ, ରାୟଗଡା ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ କେନ୍ଦୁଝର