୩ ପରେ ରଥଯାତ୍ରା ନିଷ୍ପତି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ୩ ତାରିଖ ପରେ ରଥ ଯାତ୍ରା ହେବ କି ନ ହେବ ସେ ନେଇ ନିଷ୍ପତି ଦିଆଯିବ । ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ । ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର ବୈଠକରେ ଏହି ନିଷ୍ପତି ପ୍ରକାଶ ପାଇଛି । ରଥଯାତ୍ରା ନେଇ ଅନୁକଳ୍ପ ପନ୍ଥା ବାହାର କରିବା ନା ପ୍ରଶାସନର ଅନୁମତିରେ ଯାତ୍ରାକୁ ବର୍ତ୍ତମାନ ସ୍ଥିତିରେ ଉଚିତ ରୂପ ଦେଇ କରାଯିବ, ମେ ୩ ତାରଖ ପରେ ହିଁ ସ୍ଥିର କରାଯିବ ବୋଲି ପୁରୀ ସଙ୍କରାଚାର୍ଯ୍ୟ କହିଛନ୍ତି । ସେହିପରି ୩ ତାରିଖ ପରେ ଦଇତା ପତି ନିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ସାକ୍ଷାତ କରିବେ ବୋଲି କହିଛନ୍ତି । ସେପଟେ ରଥଯାତ୍ରା ବନ୍ଦ ନ କରିବାକୁ ଆଜି ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରଯାଇଛି । ଜୀବନ ସୁରକ୍ଷା ସହ ପରମ୍ପରା ରକ୍ଷା ଭିତରେ ସମନ୍ୱୟ ରକ୍ଷା ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଶଙ୍କରାଚାର୍ଯ୍ୟ ଆଦେଶ ଅନୁସାରେ ସମସ୍ତ କାମ ହେବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି ।