ଦୟାୱେଷ୍ଟ କେନାଲରୁ ବିରଳ କ୍ରୋକୋଡାଇଲ ମାଛ ଉଦ୍ଧାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିରଳ କ୍ରୋକୋଡାଇଲ ମାଛ ଉଦ୍ଧାର । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଦୟାୱେଷ୍ଟ କେନାଲ ଶାଖା ବୁଡୁନଇରୁ ଏକ ବିରଳ ସାମୁଦ୍ରକ ମାଛ ଉଦ୍ଧାର କରାଯାଇଛି । ଓସ୍ତପଡା ଗ୍ରାମର ମୁନା ଭୋଇ ନାମକ ଜଣେ ବ୍ୟକ୍ତି ବନିଶି ଖାଡି ପକାଉଥିବାବେଳେ ଏହି ମାଛଟି କଣ୍ଟାରେ ଲାଗିଯାଇଥିଲା । ସେଠାରୁ ମାଛଟିକୁ ଉଦ୍ଧାର କରିବା ପରେ ଜଣାପଡିଥିଲା ମାଛଟିର ନାଁ ।

ସୁଚନାମୁତାବକ, ଆଜି ଓସ୍ତପଡା ଗ୍ରାମରେ ମୁନା ଭୋଇ ବନିସି ଖାଡି ନଦୀରେ ପକାଉଥିବା ବେଳେ ଏହି ମାଛଟି କଣ୍ଟାରେ ଲାଗିଯାଇଥିଲା । ଗଭିର ଜଳ ଭିତରେ ମାଛଟି ଲାଗିଯିବା ଫଳରେ ମୁନା ଖାଡିଟିକୁ ନ ଟାଣିି ପାଣି ଭିତରକୁ ପଶି କୂଳକୁ ଫାସଟିକ ଟାଣି ଆଣିଥିଲେ । ମାଛଟିକୁ ଦେଖିବା ପରେ ମୁନା ଭୟବିତ ହୋଇଯାଇଥିଲେ । ଯାହାର ଲମ୍ବ ଥିଲା ପାଖା ପାଖି ୨ଫୁଟରୁ ଅଧିକ ଓ ଓଜନ ୨କେଜି । ସ୍ଥାନୀୟ ଲୋକଙ୍କୁ ମାଛଟିକୁ ଦେଖାଇବା ପରେ ଜଣା ପଡିଥିଲା ଯେ ଏହା ଏକ ବିରଳ ମାଛ । ସମୁଦ୍ରର ଗଭିର ଜଳ ଭିତରେ ଏମାନେ ଥାନ୍ତି । କୌଣସି କାରଣରୁ କୂଳକୁ ପଳିଆସିଥିଲା । ଲୋକମାନେ ଦେଖିବା ପାରେ ଜଣାପଡିଥିଲା ଏହାର ନାମ କ୍ରୋକୋଡାଇଲ ମାଛ । ଏହି ମାଛଟିକୁ ମୁନା ମଞ୍ଚେଶ୍ୱରରେ ଥିବା ଏକ ମାଛ ସଂଗ୍ରାହଳୟରେ ଛାଡିଦେଇଛନ୍ତି ।