(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ ସୂଚନା ଦେଇଛନ୍ତି । ୟେସ ବ୍ୟାଙ୍କ ପୁର୍ନଉଦ୍ଧାର ସଂପର୍କରେ ଶଶିକାନ୍ତ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ଷ୍ଟେଟ ବ୍ୟାଙ୍କ ସହାୟତାରେ ୟେସ ବ୍ୟାଙ୍କ ପର୍ନଗଠନ ହେଉଛି । ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ଅଯଥା ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କକୁ ପାଣ୍ଠି ଯୋଗାଇବ । ୧୮ ତାରିଖ ସଂନ୍ଧ୍ୟା ୬ ଟା ପରେ ଜମାକାରୀମାନେ ଟଙ୍କା ଉଠାଇ ପାରିବେ ।
ୟେସ୍ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ଖୋଲିବ । ମାର୍ଚ୍ଚ ୧୮ରୁ ୟେସ୍ ବ୍ୟାଙ୍କର ୧୧୩୨ଟି ଶାଖା ଖୋଲିବ । ୧୮ରୁ ସବୁ ଶାଖାରେ ଡିଜିଟାଲ ସମେତ ସମସ୍ତ ସୁବିଧା ଉପଲବ୍ଧ ହେବ । ଏନେଇ ଟୁଇଟ କରି ୟେସ୍ ବ୍ୟାଙ୍କ ପକ୍ଷରୁ ଆଜି ଜମାକରୀଙ୍କୁ ସୂଚନା ଦିଆଯାଇଛି ।