(ଶୁଭସ୍କିତା ଦାଶ): ନାଗୁ କୁ ହାତରେ ଧରି ମେଡ଼ିକାଲରେ ପହଚିଂଲେ ରୋଗି । ନାଗ କୁ ହାତରେ ଧରି ଅତି ସହଜରେ ବ୍ୟକ୍ତି ଜଣଙ୍କ ମେଡ଼ିକାଲରେ ପ୍ରବେଶ କରିଥିବାର ଦୃଶ୍ୟ ଦେଖି ଉପସ୍ଥିତ ଡ଼ାକ୍ତର ଓ ସାଧାରଣ ଲେକେ ଭୟଭୀତ ହୋଇ ପଡ଼ିଥିଲେ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଚାନ୍ଦବାଲି ମେଡ଼ିକାଲରେ । ଏହି ଦୃଶ୍ୟକୁ ଦେଖିବା ପାଇଁ କିଛି ସମୟ ଧରି ମେଡ଼ିକାଲ ପରିସରରେ ଭିଡ଼ ଜମିଥିଲା । ଭଦ୍ରକ ଚାନ୍ଦବାଲି ବ୍ଲକ ଚନ୍ଦନପୁର ଗାଁର ଦୁଃଖିରାମ ଦାସ ଗତକାଲି ରାତିରେ ଏକ ନାଗ ସାପ ଧରିବା ବେଳେ ସାପଟି ତାଙ୍କୁ ଚୋଟ ମାରିଥଲା । ତଥାପି ସେ ସାପ ଟିକୁ ଛାଡ଼ି ନଥିଲେ । ବ୍ୟକ୍ତିି ଜଣକ ସେହି ଅବସ୍ଥାରେ ସାପକୁ ଧରି ଚାନ୍ଦବାଲି ମେଡ଼ିକାଲ ଆସିଥିଲେ । ଡ଼ାକ୍ତର ସାପଟିକୁ ଚିହ୍ନଟ କରି ତାର ବିଷ ପ୍ରକ୍ରିୟା ଅଛି ନା ନାହିଁ ଜାଣି ଚିକିତ୍ସା କରିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ମୁଖରୁ ଅଳ୍ପକେ ବଚିଂ ଯାଇଥିଲେ ।