(ଜ୍ୟୋତିରଂଜନ ଧର) କଣିହାଁ: ଗ୍ରାମବାସୀଙ୍କ ଅଜ୍ଞାତରେ ଜମିଜମା ଚିହ୍ନଟ କରିବା ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କୁ ବୁଧବାର ମହଁଗା ପଡିଥିବା ଜଣାପଡିଛି । ଆଜି ଜାଗା ଚିହ୍ନଟ କରିବା ସମୟରେ ଗ୍ରାମର ଶତାଧିକ ପୁରୁଷ ମହିଳା ଏକାଠି ହୋଇ ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କୁ ଅଟକ ରଖିଥିଲେ । ଶେଷରେ ଘଟଣାସ୍ଥଳକୁ କଣିହାଁ ପୋଲିସ୍ ଓ ତହସିଲଦାର ଅଂଶୁମାନ ଶତପଥି ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା ପରେ ଅଟକଥିବା ସଂପୃକ୍ତ ଆରଆଇ ଜଣଙ୍କୁ ମୁକୁଳାଇଥିବା ସକ୍ଷମ ହୋଇଛନ୍ତି । ଘଟଣାଟି ଘଟିଛି କଣିହାଁ ତହସିଲ ଅଧିନସ୍ଥ ସାନତ୍ରିବିଡା ପଂଚାୟତର ବାରିହାପୁର ଗ୍ରାମରେ ଏବଂ ବ୍ଲକସ୍ଥ ବଡଗୁଣ୍ଡରୀ ରାଜସ୍ୱ ନୀରିକ୍ଷକ ଅଧିକାରୀ ଜଗବନ୍ଧୁ ବେହେରା ଅଟକ ରଖିଥିଲେ । ଘଟଣାରୁ ଜଣାଯାଏ ଯେ, କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଙ୍କ ନାମରେ ସଂପୃକ୍ତ ଗ୍ରାମରେ ୧୭ ଏକର ଜମିଜମା ରେର୍କଡ ଥିବା ଗତ ଡିସେମ୍ବର ମାସରେ ପ୍ରାକ୍ତନ କେନ୍ଦ୍ରମନ୍ତୀ ଭଜମନ ବେହେରା ଏକ ଜରାଶ୍ରମ ଖୋଲିବା ପାଇଁ କଣିହାଁ ତହସିଲଦାରଙ୍କୁ ଜାଗା ମାଗିଥିଲେ । ତେବେ ବାରିହାପୁର ଗ୍ରାମରେ ଥିବା କାଜୁ ଫିଲ୍ଡ ରୁ ୧ ଏକର ସରକାରୀ ଜମିକୁ ପ୍ରସ୍ତାବ ଦେଇଥିଲେ । ଏହି ଜାଗାରେ କାହାରି ଆପତ୍ତି ଅଭିଯୋଗ ପାଇଁ ତହସିଲ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ନୋଟିସ୍ ଜାରୀ କରାଯାଇଥିଲା । ପରେ ଗ୍ରାମବାସୀଙ୍କ ପକ୍ଷରୁ ଏହା କୁ ବିରୋଧ କରିଥିଲେ । ଏପରିକି ୧୨ ଜାନୁଆରୀରେ ଉତ୍ତରାଚଂଳ ରାଜସ୍ୱ କମିଶନର ଓ କଣିହାଁ ତହସିଲଦାରଙ୍କୁ ଲିଖିତ ଭାବରେ ଏଥିରୁ ନିବୃତ୍ତ ରହିବା ପାଇଁ ଜଣାଇଥିଲେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରାୟ ୪୦୦ପରିବାର ଏହା ଉପରେ ନିର୍ଭର କରିଆସୁଛୁ । ଏହି ଜାଗାରେ ପଶୁ ଚାରଣ, ଶ୍ମସାନ ସମୁହ ଗ୍ରାମବାସୀ ପାଇଁ ଏକମାତ୍ର ବିକଳ୍ପ କିନ୍ତୁ ଯଦି ସରକାରୀ ଶିଳ୍ପ ପ୍ରକଳ୍ପ ନିର୍ମାଣ ହେଲେ ଆମେ ସ୍ୱାଗତ କରିବୁ ବୋଲି କୁହନ୍ତି ଗ୍ରାମବାସୀ । ଏହି ଜାଗାଟି ଗ୍ରାମବାସୀଙ୍କ ଦଖଲରେ ଅଛି । ଏଭଳିସ୍ଥିତିରେ ବଡଗୁଣ୍ଡରୀ ରାଜସ୍ୱ ନୀରିକ୍ଷକ ଆଜି ଗ୍ରାମାବାସୀଙ୍କ ଅଗୋଚାର୍ଥେ ଚିହ୍ନଟ କରିବା ବେଆଇନ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । କଣିହାଁ ପୋଲିସ ଓ କଣିହାଁ ତହସିଲଦାର ପହଁଚିବା ପର୍ଯ୍ୟନ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସଂପୃକ୍ତ ଆରଆଇଙ୍କୁ ଅଟକ ରଖିଥିଲେ । ଘଟଣା ସମ୍ପର୍କେ କଣିହାଁ ତହସିଲଦାରଙ୍କୁ ପଚାରିବାରୁ ଶ୍ରୀ ବେହେରା ଏକ ଟ୍ରଷ୍ଟ କରିବା ପାଇଁ ଆଜି ଏନକ୍ୱାରି କରିବା ପାଇଁ ଯାଇଥିଲେ କିନ୍ତୁ ଗ୍ରାମବାସୀ ଓ ତାଙ୍କ ମଧ୍ୟରେ ଭୁଲବୁଝାମଣା ଯୋଗୁଁ ରାଜସ୍ୱନୀରିକ୍ଷକ ଅଧିକାରୀଙ୍କୁ ଅଟକ ରଖିଥିଲେ ଏବଂ ଆଗାମୀ ଦିନରେ ଆଇନ ଅନୁଯାଇ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଛନ୍ତି ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।